ଷ୍ଟକ୍ ବଜାରରେ ବଡ଼ ଧରଣର ହ୍ରାସ, ୧୬ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ, : ଭାରତ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଯୋଗୁଁ ଭାରତୀୟ ଶିଳ୍ପ ଜଗତରେ ଆତଙ୍କ ଖେଳିଯାଇଛି । ଏହାର ପ୍ରଭାବ ଷ୍ଟକ ବଜାର ଉପରେ ମଧ୍ୟ ପଡ଼ିଛି । ଗତକାଲି ଆମେରିକା ସରକାର ବିଦେଶୀ ଔଷଧ ଉପରେ ୧୦୦% ଟାରିଫ ଲଗାଇବା ପରେ ଆଜି ତାହାର ପ୍ରଭାବରେ…

ମୋତେ ଦେଶ ବିରୋଧୀ କହି ଫିଲ୍ମ ରିଲିଜ୍ ବନ୍ଦ କରିଦେଲେ, ଏବେ ପାକିସ୍ତାନ ସହ ମ୍ୟାଚ୍ କେମିତି ଖେଳୁଛି ଭାରତ

ନୂଆଦିଲ୍ଲୀ, : ପହଲଗାମ ଆତଙ୍କବାଦୀ ଆକ୍ରମଣ, ପାକିସ୍ତାନୀ ଅଭିନେତା ହାନିଆ ଆମିରଙ୍କ ସହ ତାଙ୍କ ଫିଲ୍ମ ସରଦାରଜୀ ୩କୁ ନେଇ ବିବାଦ ଏବଂ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ଗାୟକ-ଅଭିନେତା ଦିଲଜିତ୍‌ ଦୋସାଞ୍ଜ ତାଙ୍କର ନୀରବତା ଭାଙ୍ଗିଛନ୍ତି । ମାଲେସିଆରେ ତାଙ୍କ କନସର୍ଟରେ ଭାଷଣ ଦେଇ…

ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ

ମାଲକାନଗିରି, : ଗୁରୁବାର ସୁକନ୍ୟା ସମୃଦ୍ଧି ଯୋଜନା ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ସାଂସଦ ଇଂ.ବଳଭଦ୍ର ମାଝୀ । ଗୁରୁବାର ପୂର୍ବାହ୍ନରେ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ଠାରେ ମୁଖ୍ୟଅତିଥି ଭାବେ ସାଂସଦ ଇଂ ମାଝୀ ଯୋଗ ଦେଇ ୧୦ ବର୍ଷରୁ କମ୍‌ ବାଳିକାମାନଙ୍କର…

ଆଜିଠୁ କିଟ୍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର, : କିଟ୍‌ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ୨୬ତାରିଖରୁ ଆରମ୍ଭ ହେଉଛି । ପ୍ରଥମ ଥର କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଦିନିଆ ସମାବର୍ତ୍ତନ ହେଉଛି । ଏହି ସମାବର୍ତ୍ତନ ଉତ୍ସବ ତିନି ଦିନ ଧରି ଆୟୋଜିତ ହେବା ଫଳରେ ବହୁ ସଂଖ୍ୟାରେ ସ୍ନାତକ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତା ତଥା…

ନବରାତ୍ରିରେ ଆଳତୀ ନେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ

ନୂଆଦିଲ୍ଲୀ, : ନବରାତ୍ରି ଅବସରରେ ଦିଲ୍ଲୀର କାଲକାଜି ମନ୍ଦିରରେ ଆଳତୀ ନେଇ ଯାଉଥିବା ଶ୍ରଦ୍ଧାଳୁଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ପରସ୍ପର ଆଗକୁ ଯିବାକୁ ଚେଷ୍ଟା କରି ବିବାଦ ଦେଖାଦେଇଛି । ଆଉ ଏହାରି ଭିତରେ ଡିଜେ ସାଉଣ୍ଡକୁ ନେଇ ବିବାଦ ଆହୁରି ବଢିଯାଇଥିଲା,…

ଖାରବେଳ ଭବନ ପରିସରରେ ସାମୂହିକ ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର, ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନର ଅଂଶବିଶେଷ ସ୍ୱରୂପ ଖାରବେଳ ଭବନ ପରିସରରେ ଗୁରୁବାର ଏକ ସାମୂହିକ ସ୍ୱଚ୍ଛତା ଅଭିଯାନ ‘ଏକ ଦିନ ଏକ ଘଣ୍ଟା ଏକ ସାଥ‘ ସଫଳତାର ସହ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଏବଂ ବାଣିଜ୍ୟ ଏବଂ ପରିବହନ…

ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ

ଭୁବନେଶ୍ୱର, : ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍‌ ପ୍ରତିଯୋଗିତାର ଆୟୋଜନ କରାଯିବ । ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍…

‘ସ୍ୱଚ୍ଛତା ହିଁ ସେବା ୨୦୨୫’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ସ୍ୱଚ୍ଛତା ହି ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,…

ମାତାପିତା ହେବାକୁ ଯାଉଥିବା ଘୋଷଣା କଲେ କ୍ୟାଟ୍ରିନା-ବିକି

ମୁମ୍ବାଇ, : ମାତାପିତା ହେବେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲ । ଦୁହେଁ ଏନେଇ ଇନଷ୍ଟାରେ ଏକ ପୋଷ୍ଟ କରି ଜଣାଇଛନ୍ତି । କିଛି ଦିନ ହେବ ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଦୁହେଁ ଖବରକୁ ସ୍ପଷ୍ଟ କରିଛନ୍ତି । ଇନଷ୍ଟାରେ ଏକ ଫଟୋ ସେୟାର କରି ଉଭୟ ବିକି ଓ…

ଚୋରି ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ବ୍ୟାସନଗର, : ଯାଜପୁର ରୋଡ ଆଦର୍ଶ ଥାନା ଅନ୍ତର୍ଗତ ମୁଣ୍ଡମାଳ ଅଞ୍ଚଳର ସୁବାଷ ଚନ୍ଦ୍ର ମିଶ୍ର ଅଭିଯୋଗ କରିଥିଲେ କି ଗତ ୨୪.୦୮.୨୫ ମଧ୍ୟରାତ୍ରିରେ କିଛି ଅଜଣା ଦୁର୍ବୃତ ତାଙ୍କ ଘରୁ କବାଟ ଭାଙ୍ଗି ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି କରିଥିବାର । ଏହି ଆଧାରରେ ଯାଜପୁର ରୋଡ ଥାନା ମାମଲା ନଂ…