୧.୭୪ କୋଟି ବକେୟା ମାମଲାରେ କାଜୁ ବ୍ୟବସାୟୀଙ୍କୁ ପାରଳା ପୋଲିସ ଗିରଫ କଲେ

180

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କାଜୁ କାରବାରରେ ଜଣେ ବ୍ୟବସାୟୀ ୧.୭୪ କୋଟିରୁ ଉର୍ଦ୍ଧ ଟଙ୍କା ବକେୟା ରଖିବା ମାମଲାରେ ତାଙ୍କୁ ଗରିଫ କରାଯାଇଥିବାର ଜଣାପଡିଛି । ଗିରଫ ବ୍ୟକ୍ତି ହେଲେ ବ୍ରହ୍ମପୁର ସହର ଅନ୍ତର୍ଗତ କମାପଲ୍ଲୀ ଅଞ୍ଚଳ ରାମନଗର ପ୍ରଥମ ଲେନ୍ରେ ଥିବା ଗୁପ୍ତେଶ୍ୱର ଟ୍ରେଡର୍ସର ଗୁପ୍ତେଶ୍ୱର ପଟ୍ଟନାୟକ । ସେ କାଜୁ ବ୍ୟବସାୟ ନିମନ୍ତେ ଗଜପତି ଜିଲ୍ଲାର ଦେବଗିରି କିଷାନ ଆଗ୍ରୋ ପ୍ରଡାକ୍ଟର ଉତ୍ପାଦନ କମ୍ପାନୀର ଯୋଗସୂତ୍ର କରି ବ୍ୟବସାୟ କରିଆସୁଥିଲେ ।

ତେବେ ସେ ଗତ କିଛି ବର୍ଷ ହେଲା ଉକ୍ତ ଉତ୍ପାଦନ କମ୍ପାନୀକୁ ଟଙ୍କା ବକେୟା ରଖି ୧କୋଟି ୭୪ ଲକ୍ଷ ୯୩ହଜାର ୫୨୬ଟଙ୍କା ପୈଠ କରୁନଥିଲେ । ଏ ବାବଦରେ ଉକ୍ତ କମ୍ପାନୀ ତରଫରୁ ବହୁ ବାର ଶ୍ରୀ ପଟ୍ଟନାୟକଙ୍କୁ ଯୋଗା ଯୋଗ କରିଲେ ମଧ୍ୟ ସେ କୌଣସି ଉତ୍ତର ଦେଉନଥିଲେ କି ଟଙ୍କା ଫେରସ୍ତ କରୁନଥିଲେ । ଏନେଇ ଗତ ୨୦.୧୧.୨୦୨୧ ତାରିଖରେ ଦେବଗିରି କିଷାନ ଆଗ୍ରୋ ପ୍ରଡାକ୍ଟର (ଡିକେଏପିପିକୋ)ର ଅଧ୍ୟକ୍ଷା ଶ୍ରୀମତୀ ବଣୀ ମଣ୍ଡଳ ପାରଳା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଲିଖିତ ଅଭିଯୋଗରେ ଶ୍ରୀମତୀ ମଣ୍ଡଳ ଜଣାଇଥିଲେ ଯେ, ଶ୍ରୀ ପଟ୍ଟନାୟକ ଆମ୍ଭ କମ୍ପାନୀ ସହ ଠକିଚାଲିଥିଲେ । ଯାହାକି ସରକାରୀ ଅର୍ଥକୁ ହଡପ କରି ଶ୍ରୀ ପଟ୍ଟନାୟକ ଚାଲିଥିଲେ । ତାଙ୍କୁ ତୁରନ୍ତ ଗିରଫ କରିବାପାଇଁ ନିବେଦନ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୨୮୨/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିଲେ ମଧ୍ୟ ଶ୍ରୀ ପଟ୍ଟନାୟକ ପୋଲିସ ହାବୁଡରେ ପଡୁନଥିଲେ ।

ପୋଲିସ ମଧ୍ୟ ତାଙ୍କୁ ଧରିବାପାଇଁ ବିଭିନ୍ନ ତନଘନା ଜାରୀ ରଖିଥିଲା । ତେବେ ଗତ ୨୮.୦୩.୨୦୨୧ ତାରିଖ ସକାଳୁ ସମୟରେ ପାରଳା ପୋଲିସ ଏକ ଟିମ୍ ଭୁବନେଶ୍ର କମିଶନରେଟ ପୋଲିସ ସହାୟତାରେ ପୋଖରୀପୁଟ ଅଞ୍ଚଳରୁ ଶ୍ରୀ ପଟ୍ଟନାୟକଙ୍କୁ ଗିରଫ କରି ଆଣିଥିଲେ । ଏହାପରେ ପାରଳାଖେମୁଣ୍ଡି ସ୍ଥିତ ଏସ୍ଡିଜେମ କୋର୍ଟକୁ ଚାଲାଣ କରିଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.