ସମୁଦ୍ରରେ ଖସିଲା ବିମାନ: ୬୫ ମୃତ ଆଶଙ୍କା

156

ଜାକାର୍ତ୍ତା: ଇଣ୍ଡୋନେସିଆରେ ଶନିବାର ନିଖୋଜ ହୋଇଯାଇଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାକାର୍ତ୍ତା ନିକଟବର୍ତ୍ତୀ ସମୁଦ୍ର ଭିତରେ ବିମାନଟି ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନରେ ୫୯ଯାତ୍ରୀ ଓ ୬ କର୍ମ·ରୀ ରହିଥିଲେ । ଦୁର୍ଘଟଣା ଫଳରେ ସମସ୍ତ ୬୫ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଯାତ୍ରୀଙ୍କ ମଧ୍ୟରେ ୬ ଶିଶୁ ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶନିବାର ଜାକାର୍ତ୍ତାର ସୋଏକାର୍ନୋହଟ୍ଟା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ୫୬ ଯାତ୍ରୀଙ୍କୁ ନେଇ ପୋଣ୍ଟିୟାନକ ଯାଉଥିବା ଏସ୍ଜେ ୧୮୨ ବୋଇଂ ୭୩୭-୫୦୦ ବିମାନ ନିଖୋଜ ହୋଇଯାଇଥିଲା । ଉଡ଼ାଣର ୪ ମିନିଟ୍ ଭିତରେ ବିମାନଟି ୧୦ ହଜାର ଫୁଟ୍ରୁ ଅଧିକ ଉଚ୍ଚତାକୁ ଯିବା ପରେ ବିମାନ ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା । ବିମାନଟି ରାଡାର ସୀମା ବାହାରକୁ ·ଲିଯାଇଥିଲା । ଏହାପରେ ବିମାନ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନଥିଲା । ବିମାନର ଲୋକେଶନ ନିଶ୍ଚିତ କରିବା ଲାଗି ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଜାକାର୍ତ୍ତାଠାରୁ ଅଳ୍ପ ଦୂରରେ ସମୁଦ୍ର ଭିତରେ ବିମାନ କ୍ରାଶ୍ ହୋଇଥିବା ଜଣାପଡ଼ିଥିଲା । ଘଟଣାସ୍ଥଳରୁ ମଣିଷଙ୍କ ଦେହାବଶେଷ ଏବଂ ବିମାନର ଭଗ୍ନାଂଶ ଠାବ ହୋଇଛି ବୋଲି ତ୍ରିଶୁଳା କୋଷ୍ଟଗାର୍ଡ ଜାହାଜର କମାଣ୍ଡର କ୍ୟାପଟେନ୍ ଇକୋ ସୁର୍ଯ୍ୟା ହାଦି କହିଛନ୍ତି ।

Leave A Reply

Your email address will not be published.