ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ବାର୍ତ୍ତା ଦେଶବାସୀଙ୍କ ମଧ୍ୟରେ ନୂଆ ଆଶା, ବିଶ୍ୱାସ ଏବଂ ସକରାତ୍ମକର ସଂଚାର ଆଣିବ – ଧର୍ମେନ୍ଦ୍ର ପ୍ରଧାନ
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
· ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ମନୋବଳକୁ ବଢ଼ାଇବ
· ଦେଶବାସୀଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟର ସହ ସାମ୍ନା କରିବା ପାଇଁ ପ୍ରେରିତ କରିବ
ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ମହାମାରୀର ବଢ଼ୁଥିବା ସଂକ୍ରମଣ କାରଣରୁ ଆଜି ଦେଶ ଯେଉଁ ସଂକଟରେ ପୁଣି ଥରେ ଗତି କରୁଛି, ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବେଦନଶୀଳ ବାର୍ତ୍ତା ଲୋକଙ୍କ ମଧ୍ୟରେ ଏକ ନୂଆ ଆଶା, ବିଶ୍ୱାସ ଏବଂ ସକରାତ୍ମକର ସଂଚାର ଆଣିବ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜୀବନ ଏବଂ ଅର୍ଥନୀତି ଉଭୟକୁ ରକ୍ଷା କରିବା ପାଇଁ ସମସ୍ତ ସ୍ତରରେ କରାଯାଉଥିବା ପ୍ରୟାସକୁ ଦେଶବାସୀଙ୍କ ସମ୍ମୁଖରେ ସହଜ ଭାବରେ ରଖିଛନ୍ତି । ଏହା ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ମନୋବଳକୁ ବଢ଼ାଇବାରେ ସାହାଯ୍ୟ କରିବ ।
୧ ମଇରୁ ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଟିକା ଦିଆଯିବା, ଟିକା ଉତ୍ପାଦନ ବଢ଼ାଇବା, କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବଙ୍କୁ ମାଗଣାରେ ଟିକା ଦେବାର ବ୍ୟବସ୍ଥା, ଶ୍ରମିକଙ୍କୁ ଭରସା ଦେବା, କିମ୍ବା ରାଜ୍ୟ ଗୁଡ଼ିକୁ ଲକଡ଼ାଉନକୁ ଅନ୍ତିମ ବିକଳ୍ପର ବ୍ୟବହାର କରିବାର ଆଗ୍ରହ ହେଉ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି କୁହାଯାଇଥିବା ସମସ୍ତ କଥା ଦେଶବାସୀଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟର ସହ ସାମ୍ନା କରିବା ପାଇଁ ପ୍ରେରିତ କରିବ । ଆସନ୍ତୁ ପ୍ରଭୁ ଶ୍ରୀରାମଙ୍କୁ ଆଦର୍ଶ ମାନି ନିୟମ ଗୁଡ଼ିକୁ ପାଳନ କରିବା ସହିତ ପବିତ୍ର ରମଜାନ ଅବସରରେ ଅନୁଶାସନର ପାଳନ କରିବା । ସମାଜର ପୁରୁଷାର୍ଥ ଏବଂ ସଂକଳ୍ପ ଦ୍ୱାରା ହିଁ ଆମେ ଏହି ଲଢ଼େଇ ଜିତିପାରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।