ଶ୍ରୀଗୁଣ୍ଡିଚା ସମ୍ମାନରେ ସମ୍ମାନିତ କବି କରୁଣାକର

154

ମାଲକାନଗିରି:  ମାଲକାନଗିରି ଜିଲ୍ଲାରୁ ଶିକ୍ଷାଦାନ, ପରିବେଶ, ସାହିତ୍ୟ,ସେବା କ୍ଷେତ୍ରରେ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇ , ବୁଦ୍ଧିଜୀବି ମହଲରେ ପ୍ରଶଂସାର ପାତ୍ର ପାଲଟି ସଦା ସର୍ବଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କରୁଣାକର ମଲିକ ଭକ୍ତି ମାର୍ଗ ରେ ମଧ୍ୟ ପଛରେ ପଡି ନାହାନ୍ତି। ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ପୁରୀ, ଓଡ଼ିଶା ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ସାଂସ୍କୃତିକ ସମାବେଶ ୨୦୨୧ ଜାତୀୟ ଆଲୋଚନାଚକ୍ର ପୁରୀ ଠାରେ ତାଙ୍କୁ “ଶ୍ରୀ ଗୁଣ୍ଡିଚା” ସମ୍ମାନରେ ମାନପତ୍ର ଦେଇ ସମ୍ମାନିତ କରାଯାଇଛି। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବିଚାରପତି ମାନସ ରଞ୍ଜନ ମିଶ୍ର,ମୂଖ୍ଯବକ୍ତା ଭାବେ ପ୍ରଦୀପ କୁମାର ଶତପଥୀ, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଡକ୍ଟର ହରିହର ହୋତା, ସମ୍ମାନୀତ ଅତିଥି ଭାବେ ପ୍ରଫେସର ଡକ୍ଟର ହରପ୍ରସାଦ ମିଶ୍ର, ଡଃ ରମାକାନ୍ତ କର, ରଘୁନାଥ ଦାଶ ମହାପାତ୍ର, ରବିନାରାୟଣ ସାମନ୍ତ, ସୁରେନ୍ଦ୍ର କୁମାର ପଣ୍ଡା, ଦଣ୍ଡପାଣି ମହାପାତ୍ର, ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଚନ୍ଦ୍ର ଶେଖର ଦାଶଙ୍କ ସମେତ ଓଡ଼ିଶାର ଅନେକ ସାହିତ୍ୟିକ ତଥା ଜଗନ୍ନାଥ ପ୍ରେମୀ ତଥା ଆଧ୍ୟାତ୍ମିକ ଚେତନାସମ୍ପନ୍ନ ବ୍ୟକ୍ତି ମାନେଯୋଗ ଦେଇ ଉତ୍କଳୀୟ ପରମ୍ପରାରେ ଜଗନ୍ନାଥ ଚେତନାର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅସ୍ମିତା ଏ ଜାତିର ପ୍ରାଣ ସ୍ପନ୍ଦନ ବୋଲି କହିଥିଲେ।ପୂର୍ବରୁ ମଧ୍ୟ ଶ୍ରୀ ମଲିକଙ୍କୁ ଜଗନ୍ନାଥ ସେବା ସଦନ , ଖୋର୍ଦ୍ଧା, ଭୁବନେଶ୍ୱର ତରଫରୁ “ଜଗନ୍ନାଥ ସେବା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା।ଏତଦଭିନ୍ନ ଗ୍ରୀନ୍ ଇଣ୍ଡିଆ ପରିବାର, ବିହାର ତରଫରୁ ତାଙ୍କୁ ” ଗ୍ଳୋବାଲ୍ ରତନ୍ ଆଓ୍ବାଡ ୨୦୨୦ ” ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରୀ ମଲିକ ମାଲକାନଗିରି ଜିଲ୍ଲାର ଗର୍ବ ଓ ଗୌରବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।

Leave A Reply

Your email address will not be published.