ପିଡିଏସ ଚାଉଳ ଓ ଗହମ ଚୋରକୁ ଧରିଲା ପୋଲିସ
ଭଞ୍ଜନଗର: ଗଂଜାମ ଜିଲ୍ଲା ତାରାସିଂ ଥାନା ଗାୟାଗଣ୍ଡା ଗ୍ରାମର ଜଣକ ଗୋଦାମ ଘରେ ଚଢ଼ାଉ କରି ବିଫୁଳ ପରିମାଣର ଚୋରା ପିଡ଼ିଏସ ଚାଉଳ ଓ ଗହମ ଜବତ କରିଛି ତାରାସିଂ ପୋଲିସ। ୨୦ କୁଇଣ୍ଟାଲ ଚାଉଳ,୨ କୁଇଣ୍ଟାଲ ଗହମ ଗଛିତ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ। ପିଡ଼ିଏସ ସାମଗ୍ରୀ ଗୁଡିକୁ ଲୋକଙ୍କ ଠାରୁ କମ୍ ମୂଲ୍ୟରେ କିଣି ତାକୁ ପୁନଃ ପ୍ୟାକିଙ୍ଗ କରି ବଜାରରେ ବିକ୍ରି କରି ମାଲେ ମାଲ ହୋଇଥିଲେ ।ଖବର ପାଇ ପୋଲିସ ଚଢ଼ାଉ କରିଥିଲା ଗଛିତ ସାମଗ୍ରୀ କୁ ଜବତ କରିବା ସହିତ ଦୁଇ ଭାଇ ଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଏ.ସନ୍ତୋଷ କୁମାର ପାତ୍ର,ଏ.ବାଉରୀ ପାତ୍ର।ଏମାନେ ଦୀର୍ଘ ବର୍ଷ ହେଲା ଚୋରା ବ୍ୟବସାୟ କରି ଆସୁଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ।