ବାହୁଡ଼ା ଯାତ୍ରା ପାଇଁ ବଡ଼ଦାଣ୍ଡରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

162

ପୁରୀ : ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରା ପୂର୍ବରୁ ଅ।ଜି ବଡ଼ଦାଣ୍ଡରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ହୋଟେଲ, ଲଜିଂ, ଘର ମାଲିକଙ୍କୁ ବାହୁଡ଼ା ଦିନ ବଡ଼ଦାଣ୍ଡ ଛାତରେ ନରହିବାକୁ ନିର୍ଦ୍ଦେଶ ରହିଛି । ବେଳାଭୂମି ହୋଟେଲରେ ଥିବା ଲୋକଙ୍କ ମୋବାଇଲ ଲୋକେସନ ଟ୍ରାକ୍ ପାଇଁ ନିଷ୍ପତି ହୋଇଛି । ସେହିପରି ଅମାନିଆଙ୍କୁ ସାବାଡ୍ କରିବା ପାଇଁ ବାହୁଡ଼ା ଦିନ ୨୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍ କାର୍ଯ୍ୟ କରିବ । ସୋମବାର ରାତି ୮ଟା ଠାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ କର୍ଫ୍ୟୁ ବଳବତର ରହିବ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ ।

Leave A Reply

Your email address will not be published.