ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଜାରି

167

-ବଦଳିଲା ରାଜନୈତିକ ଦୃଶ୍ୟପଟ୍ଟ

ପୁଡୁଚେରୀ:  ଭି.ନାରାୟଣସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇବାର ଦିନକ ପରେ ଗୁରୁବାର କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଫେବ୍ରୁଆରି ୨୨ରେ ପୁଡୁଚେରୀ ପ୍ରଶାସକଙ୍କଠାରୁ ଏକ ରିପୋର୍ଟ ପାଇବା ପରେ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଶାସକଙ୍କ ରିପୋର୍ଟ ଏବଂ ଅନ୍ୟାନ୍ୟ ସୂଚନା ଉପରେ ବିଚାର କରିବା ପରେ ରାଷ୍ଟ୍ରପତିଙ୍କ ହୃଦ୍ବୋଧ ହୋଇଛି ଯେ ବର୍ତ୍ତମାନର ପରିସ୍ଥିତିରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପ୍ରଶାସନ ୟୁନିୟନ ଟେରିଟୋରି ଆକ୍ଟ,୧୯୬୩ର ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିପାରିବ ନାହିଁ । ତେଣୁ ବର୍ତ୍ତମାନ ଆଇନର ଧାରା ୫୧ ଦ୍ୱାରା ଦିଆଯାଇଥିବା କ୍ଷମତାର ପ୍ରୟୋଗ କରି ମୁଁ ପୁଡୁଚେରିର ୧୫ ତମ ବିଧାନସଭା ଗଠିତ ନହେବା ବିଧାନସଭାକୁ ସ୍ଥଗିତ ରଖୁଛି । କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପଦକ୍ଷେପ ନେଇଛନ୍ତି । ଉଲ୍ଲେଖଯୋଗ୍ୟ, ପୁଡୁଚେରିର କଂଗ୍ରେସ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.