ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ପଞ୍ଚାୟତରେ ଥିବା ମେସର୍ସ ମିନାକ୍ଷୀ ଓଡ଼ିଶା ପାୱାର ପ୍ରାଇଭେଟ ଲିମିଟେଡ଼ ର ୨୫ ମେଗାୱାଟ କ୍ଷମତା ବିଶିଷ୍ଟ ସହୀଦ ଲକ୍ଷ୍ମଣ ନାୟକ କ୍ଷୁଦ୍ର ଜଳବିଦ୍ୟୁତ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମ ରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ ଉପସ୍ଥିତ ରହି ଜନ ଶୁଣାଣି କରିଥିଲେ । ସମ୍ପ୍ରତି ଦୁନିଆ ର ପ୍ରତ୍ୟେକଟି କ୍ଷେତ୍ରରେ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି । ଆଉ ଏଥିପାଇଁ ଆମେ ପାରମ୍ପରିକ ବିଦ୍ୟୁତ ଉତ୍ପାଦକ ଭାବେ ଜଳ ବିଦ୍ୟୁତ ପ୍ରକଳ୍ପ ଉପରେ ନିର୍ଭର କରୁଛେ । ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ବିଦ୍ୟୁତ ଶକ୍ତି ଅତି ବ୍ୟୟସାପେକ୍ଷ ସାବ୍ୟସ୍ତ ହେଉଛି । ଏଭଳି ସ୍ଥିତି ରେ ମୁଖ୍ୟତଃ ସରକାରୀ ସଂସ୍ଥା ଗୁଡ଼ିକ ରେ ବର୍ତ୍ତମାନ ବିଦ୍ୟୁତ ଶକ୍ତିର ବ୍ୟବହାରକୁ ପ୍ରାଥମିକତା ଦିଆଯିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମିନାକ୍ଷୀ ପାୱାର ପ୍ରଜେକ୍ଟର ଜେନେରାଲ ମ୍ୟାନେଜର ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଉକ୍ତ ଜନ ଶୁଣାଣି ରେ ଅନ୍ୟ ମାନଙ୍କ ମଧ୍ୟରେ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା,ଥାନା ଅଧିକାରୀ ରଘୁନାଥ ମାଝୀ,ହାବିଲଦାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ସମେତ ତେନ୍ତୁଳିଗୁମ୍ମା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.