ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ସଞ୍ଜୀବ ମିତଲଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି । ଆସନ୍ତା ଚାରି ବର୍ଷ ପାଇଁ ସେ ଏହି ଦାୟିତ୍ୱରେ ରହିବେ । ପ୍ରଫେସର ମିତଲ ବର୍ତମାନ ୟୁନିଭରସିଟି ସ୍କୁଲ୍ ଅଫ୍ ମ୍ୟାନେଜମେଂଟ ଷ୍ଟଡିଜ୍, ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ଠାରେ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି ।
୬୨ ବର୍ଷୀୟ ପ୍ରଫେସର ମିତଲ ତାଙ୍କ ୨୯ ବର୍ଷର ଶିକ୍ଷକତା ମଧ୍ୟରେ ୧୩ ବର୍ଷ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ସେ ରୋହତକ୍ ଏମଡି ୟୁନିଭସିଟିର ଏଚଓଡି , ଦ୍ୱାରିକା ବିଓଏସ୍ – ଜିଜିଏସଆଇ ବିଶ୍ୱବିଦ୍ୟାଳୟର ଚେୟାରମ୍ୟାନ୍, ଏନଏଏସି ର ଆକ୍ରିଡେସନ୍ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ସେ ୮ଟି ବହି ଲେଖିଥିବା ବେଳେ ବେଳେ ୧୧୧ଟି ପ୍ରକାଶନ ପ୍ରକାଶ ପାଇଛି ।