ଭୁବନେଶ୍ବର: ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଗିରଫ କରିଛି। ସର୍ବେଶ୍ୱର ରାଓ ଚାକିରୀ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଥିଲା ଏ ନେଇ ଗତକାଲି ସର୍ବେଶ୍ୱର ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମୁହାଁ ମୁହିଁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ସୂଚନାଥାଉକି ଟାଟା କମ୍ପାନୀରେ ଚାକିରି କରାଇ ଦେବା ନେଇ କୋଟି କୋଟି ଟଙ୍କା ଠକିଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ସର୍ବେଶ୍ୱରଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ସଂଗ୍ରହ କରୁଥିଲେ ଆକାଶ ପାଠକ। ଜାଲିଆତି କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ସହ ସର୍ବେଶ୍ବର ରାଓ ମଧ୍ୟ ସାମିଲ ଥିବା ଜଣାପଡିଛି। ଆଜି କ୍ରାଇମ୍ବ୍ରାଞ୍ଚ ତାଙ୍କୁ ଗିରଫ କରିଛି।
Sign in
Sign in
Recover your password.
A password will be e-mailed to you.