ହାଇୱା ପଛରେ ଧକ୍କା ଦେଲା ସ୍କୁଟି : ମହିଳା ମୃତ, ଜଣେ ଗୁରୁତର

141
ଭଦ୍ରକ: ଚାନ୍ଦବାଲି ରାଜ୍ୟ ରାଜପଥର ସରକାର ନଗର ନିକଟରେ ଏକ ହାଇୱା ପଛରେ ସ୍କୁଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି ।  ମୃତ ମହିଳାଙ୍କ ଘର ଭଦ୍ରକ ବାସୁଦେବପୁର ଅଂଚଳରେ ବୋଲି ଜଣାପଡିଛି ।
ଆଜି ମଧ୍ୟାହ୍ନରେ ସମୟରେ ଘଟିଯାଇଥିଲା ଏହି ଦୁର୍ଘଟଣା । ଦୃତ ଗତିରେ ଆସୁଥିବା ହାଇୱା ପଛରେ ସ୍କୁଟି ଆରୋହୀ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ । ଫଳରେ ଆରୋହୀ ଗୁରୁତର ହୋଇଥିବା ବେଳେ ସ୍କୁଟି ପଛରେ ବସିଥିବା ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି । ଏଥିରେ ଉତ୍ୟେକ୍ତ ସ୍ଥାନୀୟ ଲୋକେ ଭଦ୍ରକ-ଚାନ୍ଦବାଲି ରାଜପଥକୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଭଦ୍ରକ ଏସଡ଼ିପିଓ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଭଦ୍ରକ ଗ୍ରାମାଚଂଳ ଥାନା ପୋଲିସ ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।
Leave A Reply

Your email address will not be published.