ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଆତ୍ମଦାହ ଉଦ୍ୟମ ; ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଭର୍ତି

140

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଦିନବନ୍ଧୁ ମିଶ୍ର ନାମକ ଜନୈକ ବ୍ୟକ୍ତି ଦେହରେ କିରୋସିନି ଢ଼ାଳି ଆତ୍ମଦାହ ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଆଜି ବିଶ୍ୱବିଦ୍ୟାଳୟର ଏକାଡ଼େମିକ କାଉନସିଲ ବୈଠକ ଚାଲିଥିବା ବେଳେ ସେ ହଠାତ୍ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ ।

ପ୍ରକାଶ ଥାଉ କି, ଦୀର୍ଘ ବର୍ଷ ଧରି ଦିନବନ୍ଧୁ ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଚାକିରୀ ସ୍ଥାୟୀ ପାଇଁ ଦାବି କରି ଆସୁଥିଲେ ।

Leave A Reply

Your email address will not be published.