ଭୁବନେଶ୍ୱର ୦୬.୦୫ : STF କୁ ସଫଳତା । STF ପଞ୍ଝାରେ ଧରାପଡିଛି ବାଘ ଛାଲ ବେପାରି । ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବଲାଙ୍ଗିର ଜିଲ୍ଲା ଟିକରପଡା-ସଇଁତଳା ରାସ୍ତା ନିକଟରୁ ଜବତ ହୋଇଛି ବାଘ ଛାଲ । ଗିରଫ ବ୍ୟକ୍ତି ଜଣଙ୍କ ଟିକରପଡା ଅଞ୍ଚଳର ଆଦିକନ୍ଦ ଘିୱାଲା । ଗତକାଲି ବଲାଙ୍ଗିର ଜଙ୍ଗଲରୁ ୬ ହାତୀ ଦାନ୍ତ ଜବତ କରିଥିଲା STF । ଗତ ୨୦୨୦ରୁ ଆଜି ପର୍ଯ୍ୟନ୍ତ ୨୮ଟି ବାଘ ଛାଲ ଜବତ କରାଯାଇଛି । ଏହାସହ ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪୦୦ ଗ୍ରାମ୍ର ବଜ୍ରକାପ୍ତା କାତି, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ୪୬ଟି ଶୁଆ ଜବତ କରିବା ସହ ୬୮ ବେପାରିଙ୍କୁ ଗିରଫ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.