ରେଳ ଷ୍ଟେସନରେ ମାଟି କପରେ ବିକ୍ରି ହେବ ଚା’

156

ନୂଆଦିଲ୍ଲୀ : ଆଗାମୀ ଦିନରେ ଦେଶର ସମସ୍ତ ରେଳ ଷ୍ଟେସନରେ ପ୍ଲାଷ୍ଟିକ କପ ବଦଳରେ ମାଟି କପରେ ଚା’ ବିକ୍ରି କରାଯିବ। ରାଜସ୍ଥାନର ଅଲୱାର ଜିଲାର ଦିଗୱାର ରେଳ ଷ୍ଟେସନରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଯୋଗଦେଇ ଏହା କହିଛନ୍ତି। ପୂର୍ବରୁ ରେଳ ଷ୍ଟେସନରେ ମଟକାରେ ଚା’ ମିଳୁଥିଲା। ଏହାପରେ ପ୍ଲାଷ୍ଟିକ କପରେ ଚା’ ମିଳିଥିଲା। ବର୍ତ୍ତମାନ ଦେଶର ପ୍ରାୟ 400 ରେଳ ଷ୍ଟେସନରେ ମାଟି କପରେ ଚା’ ଦିଆଯାଉଛି। ପ୍ଲାଷ୍ଟିକ ମୁକ୍ତ ଭାରତ ହେବା ଦିଗରେ ଏହା ଏକ ଅଭିଯାନ ବୋଲି ସେ କହିଛନ୍ତି।

Leave A Reply

Your email address will not be published.