ବ୍ରହ୍ମପୁର ସହରରେ କୋଭିଡ୍ ଚିକିତ୍ସା ସକାଶେ ଟେଲି ମେଡିସିନ୍ ସେବା ଆରମ୍ଭ କରାଯିବ – ଜିଲ୍ଲାପାଳ : ଗାଁ ଲୋକଙ୍କ ଦାୟୀତ୍ବ ଗାଁ କମିଟି ଦ୍ବାରା ସମାଧାନ କରାଯିବ

163

ଗଞ୍ଜାମ: ଜିଲ୍ଲାବାସୀ ସତର୍କ ନ ରହିଲେ ସଂକ୍ରମିତ ସଂଖ୍ୟା ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ ଆମକୁ ସତର୍କ ରହିବା ଜରୁରୀ । ପ୍ରତ୍ୟେକ ଜିଲ୍ଲାବାସୀ ନିଜକୁ କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟ କରନ୍ତୁ । ଲକ୍ ଜଡାଉନ୍ କିମ୍ବା ସଟ୍ ଡାଉନ୍ କରିବା ସପକ୍ଷରେ ରାଜ୍ୟ ସରକାର ଚାହୁଁ ନାହାନ୍ତି । ଲୋକଙ୍କ ଜୀବନ ଜୀବୀକା କୁ ପ୍ରାଧାନ୍ୟ ଦିଆଯାଉଛି । ଏଣୁ ସଂକ୍ରମଣରୁ ରକ୍ଷା କରିବା ଦିଗରେ ମାସ୍କ ପରିଧାନ ସହିତ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇ ପଡିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ରେ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।

ଜିଲ୍ଲାକୁ ଆସୁଥିବା ପ୍ରବାସୀ ମାନଙ୍କର ପଞ୍ଜିକରଣ ଉପରେ ଗୁରୁତ୍ବ ଦେଇ ସେମାନଙ୍କୁ ସଂଗରୋଧରେ ରଖାଯିବ ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଘେନି ପ୍ରତ୍ୟହ ଫୋନ୍ ଯୋଗେ ପଚାରି ବୁଝାଯିବ ଓ ସେହି ଅନୁଯାୟୀ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଯୋଗାଇ ଦିଆଯିବ । ସେମାନଙ୍କ ଅବସ୍ଥା ଗୁରୁତର ହେଲେ ତୁରନ୍ତ ଚିକିତ୍ସା ସକାଶେ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯିବ । ଅତି ଗୁରୁତର ହେଲେ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯିବ । ସଂକ୍ରମିତ ବ୍ୟକ୍ତିଙ୍କ ବହୁମୂଲ୍ୟ ଜୀବନ ଯେପରି ସୁରକ୍ଷିତ ରହିବ ସେହି ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସଂଗରୋଧରେ ରହିଥିବା ବ୍ୟକ୍ତି ବିଶେଷଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବ, ଯାହା ଫଳରେ ନିକଟସ୍ଥ ଅଞ୍ଚଳର ଲୋକେ ସତର୍କ ରହିପାରିବେ । ଘରେ ସଂଗରୋଧ ରହିଥିବା ବ୍ୟକ୍ତିଙ୍କୁ ଯେଉଁ କିଟ୍ ପ୍ରଦାନ କରାଯିବ ସେଥିରେ ଔଷଧ ସମେତ ଡାକ୍ତରଙ୍କ ଟେଲିଫୋନ୍ ନମ୍ବର ଯୋଗାଇ ଦିଆଯିବ । ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଫୋନ୍ ଯୋଗେ ଯୋଗାଯୋଗ କରାଯିବ ।

ପୂର୍ବପରି ପଞ୍ଚସୂତ୍ରୀ ନିୟମ କଡାକଡି ପାଳନ କରାଯିବ । ଯଦି ଦୋକାନୀ ମାନନ୍ତି ନାହିଁ ୩ ଦିନ ବନ୍ଦ କରାଯିବ । ସମସ୍ତ ଗାଁ ରେ କୋଭିଡ୍ ପରିଚାଳନା କମିଟି ବୈଠକ କରି ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି । ଗାଁ ଲୋକଙ୍କ ଦାୟୀତ୍ବ ଗାଁ କମିଟି ଦ୍ବାରା ସମାଧାନ କରାଯିବ । ଆଶାଦିଦି ମାନଙ୍କ ନିକଟରେ ଔଷଧ ଦିଆଯିବ । ଯେଉଁଠାରୁ ଅକ୍ସିଜେନ୍ ଆମଦାନୀ ହେଉଛି ତାହା ମଧ୍ୟ ତଦନ୍ତ କରିବାକୁ କୁହାଯାଇଛି । ସୋମବାର ସୁଦ୍ଧା ଅଶ୍ବିନୀ ଓ ଟାଟା ଦ୍ବାରା ଚିକିତ୍ସା କାର୍ଯ୍ୟ ଆରମ୍ଭ କରାଯିବ । କୋଭିଡ୍ ସତର୍କତା ନିମନ୍ତେ ପ୍ରଚାର ପ୍ରସାର , ଟଢାଉ କାର୍ଯ୍ୟ ଜୋରଦାର କରାଯିବ ।

ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍ , ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର, ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା ସୁଦାମ ଚରଣ ମଣ୍ଡଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ଯା ସୁନ୍ଦର ତ୍ରିପାଠୀ , ଏମ୍. କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.