ସର୍ବଦଳୀୟ ବୈଠକରେ ଟିକାକରଣ ପାଇଁ ଓଡିଶାକୁ ପ୍ରାଥମିକତା ଦେବାକୁ ବିଜେଡିର ଦାବି

155

ଭୁବନେଶ୍ବର: କୋଭିଡ ଟିକା ଖୁବ ଶୀଘ୍ର ଆସିବା ନେଇ ସର୍ବଦଳୀୟ ବୈଠକରେ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜିର ବୈଠକରେ ଓଡିଶା କେମିତି ଆଗ ଟିକା ପାଇବ ସେ ଉପରେ ଗୁରୁତ୍ବ ଦେଇଥିଲା ବିଜେଡି । ଏହା ସହ ଓଡିଶାକୁ ଅଗ୍ରାଧିକାର ଭିତ୍ତିରେ ପ୍ରାଥମିକତା ଦେବା ନେଇ ସର୍ବଦଳୀୟ ବୈଠକରେ ଦାବି କରିଥିଲା ବିଜେଡି । ଦଳ ଏଥିପାଇଁ ଦୁଇଟି ପ୍ରସ୍ତାବ ଦେଇଛି ।ବୈଠକ ପରେ ଗଣମାଧ୍ୟମକୁ ବ୍ରହ୍ମପୁର ସାଂସଦ କହିଛନ୍ତି ଯେ, ଜାତୀୟ ସ୍ତରରେ ଆରମ୍ଭ ହେବା ପରେ ଓଡିଶା ପ୍ରଥମେ ଟିକାକରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ଦାବି କରିଛନ୍ତି। ଏ ନେଇ ଦଳ ପକ୍ଷରୁ କେନ୍ଦ୍ରକୁ ଦୁଇଟି ପ୍ରସ୍ତାବ ଦିଆଯାଇଛି। ଜାତୀୟ ସ୍ତରରେ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବା ଏବଂ ତୃଣମୂଳ ସ୍ତରରୁ ଡାଟାବେସ୍ ପ୍ରସ୍ତୁତି କରିବା ପାଇଁ ଦଳ ପ୍ରସ୍ତାବ ରଖିଛି। ତେବେ ବୈଠକରେ କୋଭିଡ ମୁକାବିଲା ନେଇ ଓଡିଶାର ଭୂମିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଂଶସା କରିଥିବା ଜଣା ପଡ଼ିଛି। ପ୍ରଧାନମନ୍ତ୍ରୀ ଟିକା ପ୍ରଦାନକାରୀ ସଂସ୍ଥା ପରିଦର୍ଶନ କରି ଯାହା ଦେଖିଥିଲେ ସେ ନେଇ ସବୁ ଦଳକୁ ଅବଗତ କରାଇଥିଲେ ଏବଂ ଭାରତରେ ବ୍ୟବହାର ନିମନ୍ତେ ଅଳ୍ପ କିଛି ସପ୍ତାହ ମଧ୍ୟରେ କରୋନାଭାଇରସ୍‌ ଟିକା ପ୍ରସ୍ତୁତ ହୋଇଯିବ। ଟିକା ପ୍ରୟୋଗ ପାଇଁ କେନ୍ଦ୍ର ସରକାର ବୈଜ୍ଞାନିକମାନଙ୍କ ଠାରୁ ସୂଚନା ପାଇବା ପରେ ଟିକାକରଣ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Leave A Reply

Your email address will not be published.