ବିଏମସି ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ଉ : ୩୫ କେଜି ଓଜନର ପଚାସଢ଼ା ଖାଦ୍ୟ ନଷ୍ଟ କରାଗଲା,୨୬ ହଜାର ଟଙ୍କା ଜୋରିମାନା ଆଦାୟ

179
ଗଞ୍ଜାମ: ଗତ କିଛି ଦିନ ହେଲା ବ୍ରହ୍ମପୁର ସହରରୁ ନକଲି ଖାଦ୍ୟ ସାମଗ୍ରୀ ଫ୍ୟାକ୍ଟ୍ରି ଠାବ ହେବାରେ ଲାଗିଛି । ଆଜି ଏହି କ୍ରମରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ଅନେକ ହୋଟେଲରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରୀ କରାଯାଉଥିବା ଦେଖିବାକୁ ମିଳିଥିଲା । ଚଢ଼ଉ ବେଳେ ୩୫ କେଜି ଓଜନର ପଚାସଢ଼ା ଖାଦ୍ୟ ନଷ୍ଟ କରାଯିବା ସହିତ ସମ୍ପୃକ୍ତ ହୋଟେଲ ମାଲିକ ମାନଙ୍କ ଠାରୁ ୨୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇଛନ୍ତି ।  ଏହି ଚଢ଼ଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ମିତା ଖାଡ଼ଙ୍ଗାଙ୍କ ସମେତ ଅନ୍ୟ ଅଧିକାରୀ ମାନେ ସାମିଲ୍ ହୋଇଥିଲେ ।
Leave A Reply

Your email address will not be published.