କରୋନା ମୁକାବିଲା ଉପରେ ବିଏମ୍ସିର ଗୁରୁତ୍ୱ : ରାଜଧାନୀରେ ଚଢ଼ଉ ଜୋର୍ଦାର୍

151

ଭୁବନେଶ୍ୱର: ରାଜଧାନୀରେ କରୋନା ସ୍ଥିତିକୁ ନେଇ ଆକ୍ସନ ମୋଡରେ ବିଏମ୍ସି । ରାଜଧାନୀର ବିଭିନ୍ନ ସ୍ଥାନରେ ଆଜିଠୁ ଜୋରଦାର ହେବ ଚଢାଉ । ଏଥିପାଇଁ ସଚେ ନତା କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି । ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଦିଆଯିବ ଗୁରୁତ୍ୱ । ଅପରାହ୍ନରେ ବିମାନ ବନ୍ଦର ଓ ରେଳଷ୍ଟେସନରେ ସ୍ଥିତି ଅନୁଧ୍ୟାନ କରିବେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କରୋନା ନିୟମକୁ କଡାକଡି ନଜର ଦେବାକୁ ଏନ୍ଫୋର୍ସମେଣ୍ଟ ଟିମ୍କୁ ଅଧିକ ଫୋର୍ସ ମିଳିଛି ।

ବିଏମ୍ସିର ୩ଟି ଜୋନ୍ରେ ୬ରୁ ଅଧିକ ସ୍କ୍ୱାଡ ଚଢାଉରେ ସାମିଲ ହୋଇଛନ୍ତି । ଏକ୍ସଆଇଏମ୍ବିରେ ପ୍ରଥମ ଦିନ ୨୦୧ ଓ ଗତକାଲି ୮୬ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସବୁର ଆରଟି ିସିଆର ଟେଷ୍ଟ କରାଯାଇଛି । ସବୁଗୁଡିକ ନେଗେଟିଭ୍ ଆସିଛି । ଆସନ୍ତାକାଲିଠାରୁ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ମଧ୍ୟ ଯାଞ୍ଚ ଓ ଟେଷ୍ଟିଂକୁ କଡାକଡି କରାଯିବ । ଟ୍ରାଇଡେଣ୍ଟ କଲେଜ ହଷ୍ଟେଲରେ ହେବ ପ୍ରଥମ ଟେଷ୍ଟିଂ । ସିଆରପିଏଫ୍ ପକ୍ଷରୁ ଟେଷ୍ଟିଂ ପାଇଁ ଆବେଦନ କରାଯାଇଛି । ପର୍ଯ୍ୟାୟ କ୍ରମେ ସବୁ ହଷ୍ଟେଲରେ ହେବ ଟେଷ୍ଟିଂ । ଏଥିପାଇଁ କୋଭିଡ୍ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍ସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି କରିଛନ୍ତି । ପୋଲିସ
ପ୍ରସାଶନ ମଧ୍ୟ କୋଭିଡ ଆଇନର ପାଳନ ନେଇ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଗତକାଲିଠାରୁ ଏହି ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ଓଡ଼ିଶା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,୨୩ ତାରିଖ ସକାଳୁ ୨୪ ତାରିଖ ସକାଳ ମଧ୍ୟରେ କୋଭିଡ ଆଇନ ଉଲ୍ଲଙ୍ଘନ ନେଇ ହୋଇଥିବା ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ୧୬ଜଣଙ୍କୁ ଗିରଫ କରାଯାଇଛି ଓ ୭୬୩ଟି ଗାଡ଼ି ଜବତ କରାଯାଇଛି । ସେହିଭଳି ୨୨,୫୮,୧୦୦ (୨୨ଲକ୍ଷ ୫୮ହଜାର ୧୦୦ ଟଙ୍କା) ଜରିମାନା ଆଦାୟ କରାଯାଇଛି । ସେହି ରି ଲଗାତାର ଭାବରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀର ଆତଙ୍କ ।

୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୭ହଜାର ୨୬୨ନୂଆ ପଜିଟିଭ୍ । ଏଥିସହ କରୋନା ନେଇଛି ଆଉ ୨୭୫ ଜୀବନ । ସେହିପରି ଦିନକରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨୩ ହଜାର ୯୦୭ ଜଣ ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୭ଲକ୍ଷ ୩୪ହଜାର ୫୮ରେ ପହଞ୍ଚିଛି ।

ଏବେ ସୁଦ୍ଧା ମୋଟ ୧କୋଟି ୧୨ଲକ୍ଷ ୫ହଜାର ୧୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୬୮ହଜାର ୪୫୭ ସକ୍ରିୟ ମାମଲା ରହିଛି । ମୋଟ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୦ହଜାର ୪୪୧ରେ ପହଞ୍ଚିଛି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ଥିବାବେଳେ ଏବେ ସୁଦ୍ଧା ୫କୋଟି ୮ଲକ୍ଷ ୪୧ ହଜାର ୨୮୬ଜଣଙ୍କୁ ଟିକା ଦିଆଯାଇଛି ।

Leave A Reply

Your email address will not be published.