ନବଜାତ କନ୍ୟା ସନ୍ତାନର ମୃତ ଶରୀର ଉଦ୍ଧାର

148

ବୁଗୁଡା: ବୁଗୁଡା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମଦେଇ ଯାଇଥିବା ବାଘୁଆ କେନାଲର ସାଇଫନରେ ଏକ ନବଜାତ କନ୍ୟା ସନ୍ତାନର ମୃତ ଶରୀର ପଡିଥିବା ଦେଖିବାକୁ ମିଳିଛି । ଜାନୁଆରୀ ୨୦ ତାରିଖ ଦିନ ଏହି ଅଭାବନୀୟ ଘଟଣା ଦେଖିବାକୁ ପାଇ ଗ୍ରାମବାସୀ ବୁଗୁଡା ପୋଲିସ ଥାନାକୁ ଖବର ଦେଇଥିଲେ। ଖବର ପାଇ ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନବଜାତ ମୃତ କନ୍ୟା ସନ୍ତାନକୁ ଉଦ୍ଧାର କରି ବୁଗୁଡା ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ନବଜାତ ଶିଶୁକୁ ମୃତ ଘୋଷଣା କରିଥିଲେ। ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି। କେତେକ ଲୋକ କନ୍ୟା ସନ୍ତାନ ଯୋଗୁଁ ଫୋପାଡ଼ି ଦେଇଥିବା ଅନୁମାନ କହୁଥିବା ବେଳେ ଅନ୍ୟ କେତକ ଅବୈଧ ସନ୍ତାନ ଯୋଗୁ ଫୋପାଡ଼ି ଦେଇଥିବା ଅନୁମାନ କରୁଛନ୍ତି। ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବା ଆଶା କରାଯାଉଛି।

Leave A Reply

Your email address will not be published.