ଗଞ୍ଜାମ: ଭୋଜି ଖାଇବାକୁ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ଘଟଣାଟି ଘଟିଛି ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠ ଏକ ପରିତ୍ୟକ୍ତ କୂଅରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଜଗନ୍ନାଥପ୍ରସାଦ ଜଳି ସାହି ର ଶଙ୍କର ମହାନ୍ତି । ସୂଚନା ମୁତାବକ ଗଲାଦୁଇ ଦିନ ତଳେ ଶଙ୍କର କୁ ତାଙ୍କ ସାଙ୍ଗ ଭୋଜି ଖାଇବାକୁ ଘରୁ ଡାକି ନେଇଥିଲେ।ଶଙ୍କର ଆଉ ଘରକୁ ଫେରିନଥିଲେ । ଶଙ୍କରକୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏକ କୂଅରେ ଚପଲଟି ଭାସୁଥିବା ଦେଖିବାକୁ ପାଇଥିଲେ।ଜଗନ୍ନାଥ ପ୍ରସାଦ ଥାନାକୁ ଖବର ଦେଇଥିଲେ ପରିବାର ଲୋକେ।ପୋଲିସ ଠାରୁ ଅଗ୍ନିଶମ ବାହିନୀ ଖବର ପାଇ ମୃତଦେହ ଟିକୁ କୂଅରୁ ଉଦ୍ଧାର କରିଥିଲା । ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ପୋଲିସ ପହଂଚି ଅଧିକା ତଦନ୍ତ କରୁଛି ।
Sign in
Sign in
Recover your password.
A password will be e-mailed to you.