ହାତୀକୁ ଗୁଳି କରି ହତ୍ୟା, ଦାନ୍ତ ଲୁଟିନେଲେ

160
ଢ଼େଙ୍କାନାଳ: ହାତୀକୁ ଗୁଳି କରି ହତ୍ୟା କରିବା ସହ ଏହାର ଦାନ୍ତ କାଟି ନେଇଛନ୍ତି ଦୁର୍ବୃତ । ଗତ ୯ ତାରିଖରେ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ୍ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆ ଠାରେ ଏହି ଘଟଣା ଘଟିଛି । ଏପରିକି ପାଟ୍ରୋଲିଂ କରୁଥିବା ସ୍କ୍ୱାଡ୍ ଉପରକୁ ମଧ୍ୟ ସେମାନେ ଫାଙ୍କା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି । ମୃତ ଦନ୍ତା ହାତୀର ଆନୁମାନିକ ବୟସ ୩୦ରୁ ଉର୍ଦ୍ଧ୍ୱ ହେବ ।
ଏହି ହାତୀ ଶିକାରରେ ୧୦ ରୁ ଅଧିକ ଶିକାରୀ ସାମିଲ୍ ଥିବା ବେଳେ ସେମାନେ ୯ରୁ ଅଧିକ ବନ୍ଧୁକ ରଖିଥିବା ସୂଚନା ଦେଇଛନ୍ତି ଢ଼େଙ୍କାନାଳ ଡ଼ିଏଫଓ । ଘଟଣାସ୍ଥଳ ହିନ୍ଦୋଳ-ନରସିଂହପୁର ସୀମାନ୍ତ ଅଂଚଳ ହୋଇଥିବାରୁ ହାତୀକୁ ଗୁଳି କରି ହତ୍ୟା କରିବା ପରେ ଏହାର ଦାନ୍ତ କାଟି ନେଇ ଦୁର୍ବୃତ ମାନେ  ନରସିଂହପୁର ଅଂଚଳକୁ ପଳାଇ ଯାଇଥିବା ଅନୁମାନ କରାଯାଉଛି । ତେବେ ମୃତ ଦନ୍ତାହାତୀର ମୃତଦେହ ବ୍ୟବଚ୍ଛେଦ ସହିତ ଏନେଇ ଅଧିକ ଛାନଭିନ୍ ଜାରୀ ରଖିଛି ବନ ବିଭାଗ ।
Leave A Reply

Your email address will not be published.