ଏମ ଭି ୨୫ ଗ୍ରାମରେ ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ

143

ମାଲକାନଗିରି: ମାଲକାନଗିରି ବନଖଣ୍ଡ ଅଧିକାରୀ  ପ୍ରଦୀପ ଦେବୀଦାସ ମିରାଶେଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ବରେ ବନ କର୍ମଚାରୀମାନେ କୋରୁକୋଣ୍ଡା ସେକ୍ସନ ଅନ୍ତର୍ଗତ ତୁମୁଷା ପଲ୍ଲୀ ବିଟର ର ଏମଭି-୨୫ ଗ୍ରାମର ପ୍ରଶାନ୍ତ ମଣ୍ଡଳଙ୍କ ଘରେ ଚଢ଼ାଉ କରିଥିଲେ! ଚଢ଼ାଉ ବେଳେ ଘରେ ରହିଥିବା  ପ୍ରାୟ ଦେଢ ଲକ୍ଷ ଟଙ୍କାର ମୂଲ୍ଯବାନ ଶାଗୁଆନ କାଠ ଗଣ୍ଡି-୮ଟି,ଅର୍ଦ୍ଧନିର୍ମିତ ଆସବାବପତ୍ର ,ଓ ପଟ୍ଟା ଜବତ କରିଛନ୍ତି । ଜବତ ହୋଇଥିବା  ୮ଟି ଶାଗୁଆନ ଗଡ ୪୮ ସିଏଫଟି ଏବଂ ,ସାଇଜ ପଟା  ୫୭ ଗୋଟି  ୧୪ ସିଏଫଟି। ଜବତ  କରାଯାଇଥିବା ଶାଗୁଆନ କାଠ ମୋଟ ୬୨ ସିଏଫଟି ହେବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ବିଷୋୟୀ  କହି ଥିବା ବେଳେ ଏହାର ସରକାରୀ ମୂଲ୍ଯ ଦେଢ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି । ମୂଲ୍ଯବାନ କାଠ ଜବତ କରାଯାଇ ମାଲକାନଗିରି ରେଞ୍ଜ ଅଫିସରେ ରଖାଯାଇଥିବା ବେଳେ ମୁଖ୍ଯ ଆସାମୀ ପ୍ରଶାନ୍ତ ମଣ୍ଡଳ  ଫେରାର ରହିଥିବା ଜଣାପଡିଛି । ଏହି ଚଢାଉରେ ବନପାଳ ରାଜେଶ କୁମାର ସେଠୀ, ମୂରଲୀଧର ଅନଗୁଳିଆ, ଦିବାକର ଜେନା, ମୋହନ ଗୁଡିଆ, ହରେକୃଷ୍ଣ ପାଣିଗ୍ରାହୀ, ମନ୍ତୋଷ ଦେ, ବନ ରକ୍ଷୀ ଏବଂ ପାରା ଷ୍ଟାଫ କର୍ମଚାରୀମାନେ ସାମିଲ ଥିଲେ ।

Leave A Reply

Your email address will not be published.