ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସ୍ଏସ୍ଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଜିଲା ପ୍ରଶାସନର ତଦନ୍ତ ରିପୋର୍ଟକୁ ଭିତ୍ତିକରି ଓଡ଼ିଶା ଏସ୍ସି ଏସ୍ଟି ଉନ୍ନୟନ ବିଭାଗ ଚିଠି ନମ୍ବର ୩୧୧୯, ୧୦ା୨/୨୧ ଅନୁଯାୟୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପ୍ରଧାନ ଶିକ୍ଷକ ସେଠୀଙ୍କ ବିରୋଧରେ ଉକ୍ତ ବିଦ୍ୟାଳୟର ୬ ଜଣ ଶିକ୍ଷୟିତ୍ରୀ, ମହିଳା କିରାଣି, ମାଟ୍ରନ, ୱାଡେନ ଓ ସିସି କର୍ମଚାରୀ ଅଭିଯୋଗ କରିଥିଲେ। ପ୍ରଧାନ ଶିକ୍ଷକ ସେଠୀ ସେମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା, ନିର୍ଯାତନା ଦେଉଥିବା ଏବଂ ଅନ୍ୟତ୍ର ବଦଳି କରିଦେବା ନେଇ ଧମକ ଦେଉଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ। ଜିଲାପାଳ ୱାଇ. ବିଜୟ ଘଟଣାର ତଦନ୍ତ କରିବାକୁ ଗତ ଜାନୁୟାରୀ ୧୬ରେ ଜିଲା ମଙ୍ଗଳ ଅଧିକାରୀ ପ୍ରଦୀପ୍ତ ପଣ୍ଡା ଓ ଜିଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ଅଧିକାରୀ ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ ପରେ ଏନେଇ ଜିଲା ପ୍ରଶାସନ ସରକାରଙ୍କୁ ଅବଗତ କରାଇଥିଲେ । ପରେ ରାଜ୍ୟ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ଚିଠି ନମ୍ବର ୩୧୧୯, ୧୦ା୨ା୨୧ ଅନୁଯାୟୀ ପ୍ରଧାନ ଶିକ୍ଷକ ସେଠୀଙ୍କୁ ନିଲମ୍ବନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.