ଋଷିକୂଲ୍ୟା ସଡ଼କ ପୋଲର ଖମ୍ବ ଦୁର୍ବଳ ଅବସ୍ଥାରେ

172
ଗଞ୍ଜାମ: ଗଞ୍ଜାମ ସହର ସନ୍ନିକଟ ଋଷିକୂଲ୍ୟା ନଦୀ ଉପରେ ରହିଥିବା ସଡ଼କ ପୋଲର ଖମ୍ବ ଗୁଡିକ କ୍ରମଶଃ ଦୁର୍ବଳ ହୋଇପଡୁଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଆସୁଥିବା ବନ୍ୟାଜଳ, ଲୁଣା ପବନ ଓ ପୋଲ ଉପରେ ପ୍ରତ୍ୟେହ ଭାରି ଯାନବାହାନ ଯିବା ଆସିବା କରୁଥିବାରୁ ଖମ୍ବ ଗୁଡିକ ଦୁର୍ବଳ ହେଉଥିବା ଅନୁମାନ କରାଯାଉଛି ।
ପୋଲଟି ୧୯୮୪ ମସିହାରେ ଲୋକାର୍ପିତ ହୋଇଥିବା ଜଣାଯାଏ । ଦୀର୍ଘ ବର୍ଷ ବିତିଯାଇଥିବାରୁ ବିଭିନ୍ନ ସମୟରେ ପୋଲ ଉପରେ ସଂଯୋଗ ସ୍ଥାନ ଗୁଡିକ ନଷ୍ଟ ହୋଇ ଯାଇ ବାଇକ, ଓ ଅଟୋ ଏପରିକି ଛୋଟ ଚକା ଯାନ ବାହାନ ମାନଙ୍କ ପାଇଁ ବିପଦର କାରଣ ପାଲଟୁଥିବା ବେଳେ ତାକୁ ମରାମତି କରାଯାଉଥିବା ଦେଖିବାକୁ ମିଳେ । ସେହିପରି ଋଷିକୂଲ୍ୟା ନଦୀ ମଧ୍ୟରେ ପୋଲ ତଳେ ଋଷିକୂଲ୍ୟା ନଦୀ ମଧ୍ୟରେ ୯ ଗୋଟି ଖମ୍ବ ରହିଥିବା ବେଳେ ସେଥି ମଧ୍ୟରୁ କିଛି ଖମ୍ବ ମାନଙ୍କରେ ଲୁହା ଖାଡି ଗୁଡିକ ନଷ୍ଟ ହୋଇ ସିମେଣ୍ଟ ପଲସ୍ତରା ବାହାରି ପଡିଥିବା ଲକ୍ଷ୍ୟ କରାଯାଉଛି । ଯାହାକୁ ନେଇ ସେହି ଖମ୍ବ ଗୁଡିକର ତୁରନ୍ତ ରକ୍ଷଣାବେକ୍ଷଣ ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।
Leave A Reply

Your email address will not be published.