ଭୁବନେଶ୍ୱର: ସପ୍ତାହକୁ ଗୋଟିଏ ଦିନ ବନ୍ଦ ହୋଇପାରେ ଶ୍ରୀମନ୍ଦିର । ଏଥିନେଇ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । କୋଭିଡ୍ କଟକଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିବା ସହିତ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁଣି ପରିବର୍ତ୍ତନ ହେବ ଏସ୍ଓପି । ଏଥିସହିତ ଶ୍ରୀମନ୍ଦିରରେ କୋଭିଡ୍ କଟକଣାକୁ କଡାକଡ଼ି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ସୁନାବେଶ ବିବାଦ ନେଇ ଦୁଇ ସେବାୟତ ନିଯୋଗ ସହ ଜିଲ୍ଲାପାଳ ଆଲୋଚନା କରିବେ । ମେଣ୍ଢାପୋଡି, ଦୋଳପୂର୍ଣ୍ଣିମା ଓ ସୁନାବେଶ ନୀତିକାନ୍ତି ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ସେ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.