ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ, ଡିଏଫ୍‌ଓଙ୍କୁ କ୍ଲିନଚିଟ୍ ଘଟଣାର ୧୩ ଦିନ ପରେବି ଅସ୍ପଷ୍ଟ ହତ୍ୟା ନା ଆତ୍ମହତ୍ୟା… ? ତଥାପି ପୋଲିସର ତଦନ୍ତ ଜାରି…….

155

ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ୧୩ ଦିନ ପୁରିଲା । ତଥାପି ଏନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । ଘଟଣାର୧୩ ଦିନ ପରେ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନି । ଏବେ ବି ରହସ୍ୟ ଘେରରେ ରହିଛି ମୃତ୍ୟୁର କାରଣକୁ ନେଇ । ଘଟଣା ଘଟିବାର ୬ଦିନ ପର୍ଯ୍ୟନ୍ତ କୌଣସି ଜେରା କିମ୍ବା ବୟାନ ରେକର୍ଡ ଆଦି କରିନଥିବା ପୋଲିସ ଏକାଥରକେ ୧୧-୧୨ ଦିନ ୨୪ଘଣ୍ଟା ମଧ୍ୟରେ ଅର୍ଥାତ ୨୨-୨୩ତାରିଖ ଦିନ ପୋଲିସ ତଦନ୍ତକାରୀ ଟିମ୍ ଓ କ୍ରାଇମ ବ୍ରାଞ୍ଚ ଟିମ୍ ଭିନ୍ନ ଭିନ୍ନ ଭାବେ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପର ଏହାର ୧୨ଘଣ୍ଟା ପରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ଏହାର ୬ଘଣ୍ଟା ପରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଏବଂ ଏହାର କିଛି ସମୟ ପରେ ବିଦ୍ୟାଭାରତୀଙ୍କୁ ବଲାଙ୍ଗୀର ନେଇଥିବା ଭଡାଗାଡିର ଡ୍ରାଇଭର ପ୍ରମୁଖଙ୍କୁ ୨୪ ଘଣ୍ଟା ମଧ୍ୟରେ ଜେରା ଓ ବୟାନ ରେକଡ କରିଛନ୍ତି ।

ସୌମ୍ୟରଞ୍ଜଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ସୁଦ୍ଧା ପୋଲିସର ତଦନ୍ତ ଶେଷ ହୋଇନଥିବା ତଦନ୍ତକାରୀ ପୋଲିସ ଟିମ୍ କହିଛନ୍ତି । ହେଲେ ତଦନ୍ତ ଶେଷ ନହେବା ପୂର୍ବରୁ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ ଶେଖର ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କୁ ଗଜପତି ଏସ୍‌ପି କ୍ଲିନ ଚିଟ୍ ଦେଇଛନ୍ତି । ଏହି ଘଟଣାରେ ଅନ୍ୟତମ ସମ୍ପୃକ୍ତ ଥିବା ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ମାନବିକତା ଦୃଷ୍ଟିକୋଣରୁ ମୃତ ସୌମ୍ୟରଞ୍ଜଙ୍କ ପତ୍ନୀଙ୍କ ନିକଟରେ ଉପସ୍ଥିତ ଥିବା ଯୋଗୁଁ ତାଙ୍କୁ ମଧ୍ୟ କ୍ଲିନଚିଟ୍ ଦିଆଯାଇଛି । ଅନ୍ୟ ପକ୍ଷରେ ଅଭିଯୋଗକାରୀ ତଥା ମୃତ ସୌମ୍ୟରଞ୍ଜଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି ଆମ୍ଭ ଭଳି ଲୋକଙ୍କୁ ପୋଲିସ ନ୍ୟାୟ ଦେବାରେ ସଠିକ୍ କାର୍ଯ୍ୟ କରୁନାହିଁ । ଯେଉଁ ଠାରେ ଦାମ୍ପତ୍ତ୍ୟ ଜୀବନ ସୁଖମୟ ନଥିଲା, ଯେଉଁଠାରେ କି ଉଭୟ ଡାଏରୀ ବା ଚିଠି ଲେଖି ଆରୋପ ପ୍ରତ୍ୟାରୋପ କରି ଚାଲିଥିଲେ ସେ କ୍ଷେତ୍ରରେ ମାତ୍ର ୧୩ ଦିନରେ ଜଣ ଜଣକୁ କ୍ଲିନ୍ ଚିଟ୍ ଦେବାର ଆଶ୍ଚର୍ଯ୍ୟ କରିଛି । ସୌମ୍ୟରଞ୍ଜଙ୍କ ମୃତ୍ୟୁ ଘଟଣା ଗୋଟିଏ ସୁଚିନ୍ତିତ ହତ୍ୟା ନାହିଁତ ? ଆତ୍ମହତ୍ୟାକୁ ଉସୁକାଇବା ପାଇଁ ସୌମ୍ୟଙ୍କୁ ଅତ୍ୟାଧିକ ମାନସିକଚାପ ପକାଯାଉନଥିଲା ତ ? ୬ ଦିନ ପରେ ତଦନ୍ତ ଆରମ୍ଭ କରି ୧୩ ଦିନ ଅର୍ଥାତ ୬-୭ ଦିନ ମଧ୍ୟରେ ତଦନ୍ତକୁ ଏକ ପ୍ରକାର ଶେଷ କରିଥିବା ତଦନ୍ତକାରୀ ଟିମ୍ ଓ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଘଟଣାକୁ ନେଇ କେଉଁଠି ନା କେଉଁଠି ଯାଞ୍ଚ କରିବାରେ ଛାଡି ଦେଇନାହାନ୍ତିତ ? ଏଭିଳି ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି ।

ଘଟଣାର ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେତେବେଳେ ସୌମ୍ୟଙ୍କ ପରିବାର ବର୍ଗ ଓ ତାଙ୍କ ଓକିଲଙ୍କ ଉପସ୍ଥିତିରେ ପାରଳାଖେମୁଣ୍ଡି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସୌମ୍ୟଙ୍କ ସରକାରୀ କ୍ୱାର୍ଟରର ଚାବି ଖୋଲିଥିଲେ ସେତେ ବେଳେ ଉକ୍ତ କ୍ୱାଟର ଘଟଣାସ୍ଥଳ ନୁହଁ ବୋଲି କୁହାଯାଉଥିଲା । ଆଉ ଯେତେ ବେଳେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ପ୍ରମୁଖଙ୍କ ସମେତ ତଦନ୍ତକାରୀ ଟିମ୍ ଓ କ୍ରାଇବ୍ରାଞ୍ଚ ପୁଣି ତାଲା ଖୋଲି କ୍ୱାଟରକୁ ଯାଇ ଅନୁଧ୍ୟାନ କରିଥିଲେ ସେତେ ବେଳେ କୁହାଯାଇଥିଲା ଯେ ଏହି କ୍ୱାର୍ଟରହିଁ ଘଟଣାର ସ୍ଥଳ । ଏପରି ଦୈତ୍ୟ ବୟାନବାଜି ତଥା ଆଲୋଚନା ଲୋକଙ୍କ ମନରେ ଥିବା ବିଭିନ୍ନ ଆଶଙ୍କା ଓ ପ୍ରଶ୍ନକୁ ଆହୁରି ଦ୍ୱିଗୁଣିତ କରିଛି । ଅନ୍ୟପକ୍ଷରେ ଦମ୍ପତ୍ତି ଦ୍ୱୟଙ୍କ ହାତଲେଖା ଚିଠି ବା ଡାଏରିର ଲିଖିତ ବୟାନବାଜିର ତଦନ୍ତ ଶେଷ କେବେ ହେବ ତାହା ଚାହିଁ ବସିଛନ୍ତି ଜନସାଧାରଣ ।

Leave A Reply

Your email address will not be published.