ତିନି ଝିଅ ପୂରଣ କଲେ ମାଆଙ୍କ ଶେଷ ଇଚ୍ଛା

176

ନବରଙ୍ଗପୁର: ମାଆଙ୍କ ଶେଷ ଇଚ୍ଛା ପୂରଣ କରି ୧କୋଟିର ଦାନ କଲେ ତିନି ଝିଅ । ନବରଙ୍ଗପୁର ଭଗବତୀ ସାହିରେ ରହୁଥିବା ବୈଜନ୍ତିମାଳା ସାହୁଙ୍କ ତିନି ଝିଅ ମାଆଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ୧କୋଟି ମୂଲ୍ୟର ୩ମହଲା ବିଶିଷ୍ଟ କୋଠା ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି । ମାଆଙ୍କ ଶେଷ ଇଚ୍ଛା ପାଇଁ ୧କୋଟିର ଦାନ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଗୋଟିଏ ମଙ୍ଗଳସୂତ୍ର, ରୂପା ଫରୁଆ, ରୂପାର ବ୍ରତ ପେଢି, ରୂପାର ମଥାମଣି ନବରଙ୍ଗପୁର ନିଳକଣ୍ଠେଶ୍ୱର ମନ୍ଦିରରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି । ଚଳିତ ମାସ ୨ତାରିଖରେ ବୈଜନ୍ତିମାଳାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଭବାନୀ ସାହୁ ମଧ୍ୟ ରୋଗାଗ୍ରସ୍ତ ଅବସ୍ଥାରେ ରହିଛନ୍ତି । ଭବାନୀ ସାହୁ ଓ ବୈଜନ୍ତିମାଳା ସାହୁଙ୍କ କୌଣସି ପୁଅ ନଥିବାରୁ ସେମାନଙ୍କ ତିନି ଝିଅ ପୁଷ୍ପାଂଜଳି, ଗୀତାଂଜଳି ଓ ଶ୍ରଦ୍ଧାଂଜଳି ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ସମ୍ପତି ଦାନ କରିଛନ୍ତି । ବୈଜନ୍ତିମାଳାଙ୍କ ଶେଷ ଇଚ୍ଛାକୁ ନେଇ ଗର୍ବ କରିଛନ୍ତି ପୂରା ପରିବାର ।

Leave A Reply

Your email address will not be published.