ଗୋଳାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବଲ୍ଲକ ଅନ୍ତର୍ଗତର ରେଙ୍ଗସାପାଲି ଗ୍ରାମର ଦୁଇ ଦିବ୍ୟଙ୍ଗ ଦୁଇ ଭଉଣୀ କିଆମଣି ଟୋଲଟିଆ(୨୪) ଓ ରୁକ୍ମିଣୀ ଟୋଲଟିଆ (୨୨) ଙ୍କୁ କେବଳ ୫ କେଜି ଲେଖାଏଁ ଚାଉଳ ଓ ଭତ୍ତା ମିଳୁଥିଲା । ଅନ୍ୟ କୌଣସି ଭତ୍ତାର ଲାଭ ନେଉଁଥିବା ବେଳେ ଚାଲ ଛପର ଘରେ ତାଙ୍କ ବାସ । ସେମାନେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ପାଇଖାନା ଗୃହର ମଧ୍ୟ ସୁବିଧା ପାଇ ପାରୁନାହାନ୍ତି । ବହୁ କଷ୍ଟରେ ସେମାନେ ମା’ଙ୍କ ସହିତ ଏକ ଚାଲ କୁଡ଼ିଆ ଘରେ ରହୁଛନ୍ତି । ଦୁଇ ଦିବ୍ୟାଙ୍ଗ ଭଉଣୀ ହିଲଚେୟାର ଓ ଶୌଚାଳୟ ପାଇଁ ବିଭିନ୍ନ ଅଫିସ ଓ ରାଜନେତାଙ୍କୁ କହି ଥକି ଯାଇଥିଲେ । ଗତ କିଛିଦିନ ତଳେ ଶେଷରେ ତାଙ୍କ ବଡ ଭାଇ ଖୁସି ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତାଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ଖବର ପାଇ ଟ୍ରଷ୍ଟର ସମ୍ପାଦକ ଯଶୋବନ୍ତ ରଣା ଓ ସହ-ସମ୍ପାଦକ ଗୋକୁଳ ସାହୁ ତାଙ୍କରି ଦୁଃଖର କାହାଣୀ ବୁଝି ପାରି ପାଖକୁ ପହଂଚି ସମସ୍ତ ଅସୁବିଧା ବୁଝି ପଚାରିଥିଲେ । ପରେ ଏହି ସମସ୍ୟାକୁ କଳାହାଣ୍ଡି ଜିଲ୍ଲାପାଳ ଡ଼.ଗଭାଲି ହର୍ଷଦଙ୍କୁ ଟ୍ରଷ୍ଟ ପକ୍ଷରୁ ଜଣାଇଥିଲେ । ଏହି ସମସ୍ୟା କୁ ଆଧାର କରି କଳାହାଣ୍ଡି ଜିଲ୍ଲାପାଳ ଗୁରୁତ୍ୱର ସହ ନେଇ ଶୀଘ୍ର ହୁଇଲଚେୟାର ଓ ଶୌଚାଳୟର ବ୍ୟବସ୍ତା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଶେଷରେ ୨୪ ଘଣ୍ଟା ନ ପୂରୁଣୁ ଗତକାଲି ସକାଳେ ଦୁଇ ଭଉଣୀଙ୍କ ପାଇଁ ଦୁଇଟି ହୁଇଲଚେୟାର ଯୋଗାଇଥିଲେ । ପରେ ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁଇ ଭଉଣୀଙ୍କୁ ଭେଟି ଥିଲେ ସଦସ୍ୟ ଏବଂ ସେମାନେ ଦୁଇ ଭଉଣୀ ବହୁତ ଖୁସି ଥିବା କଥା ସଦସ୍ୟ ମାନଙ୍କୁ କହିଥିଲେ । ଏହି ଅବସରରେ ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କ ତୁରନ୍ତ ସାହାଯ୍ୟର ମୋନଭାବକୁ ଦେଖି ବହୁତ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.