କଟକ: କଟକ ଭିଜିଲାନ୍ସ ସେଲ୍ ଡ଼ିଭିଜନ ଅଫିସରେ ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ଚାଲିଛି ଜେରା। ଜବତ କରାଯାଇଥିବା ଆକାଶଙ୍କ ଲାପ୍ଟପ୍, ମୋବାଇଲ ଓ ଟାଟା କମ୍ପାନି ଚାକିରି ବିଷୟରେ ପଚରାଉଚରା କରାଯାଉଥିବାବେଳେ ଅଭୟଙ୍କୁ ଅନ୍ୟ ଏକ କୋଠରୀରେ ସମସ୍ତ ସମ୍ପତ୍ତି ଓ ବିଭିନ୍ନ ଦିଗରେ ଉଭୟଙ୍କୁ ପଚରାଉଚରା କରାଯାଉଛି। ଜେରା ପରେ ଉଭୟଙ୍କୁ ଉତ୍ତରକୁ ମିଶାଯିବ। ଏହି ତିନିଦିନିଆ ରିମାଣ୍ତ ମଧ୍ୟରେ ସେମାନେ କାହା କାହା ନାମ ନେଉଛନ୍ତି ଏବଂ ଏଥିରେ ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ବିଷୟରେ ମଧ୍ୟ ଅଧିକାରୀମାନେ ଜେରା କରିବେ। ଏବଂ ଜେରା ସମୟର ସମସ୍ତ ତଥ୍ୟକୁ ରେର୍କଡ଼ କରାଯାଉଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଦୁର୍ନୀତିରେ ଫସିଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସ୍ଆଇଟି। ଉଭୟଙ୍କୁ ଗତକାଲି କଟକସ୍ଥିତ ଭିଜିଲାନ୍ସ ସେଲ୍ ଡ଼ିଭିଜନ ଅଫିସ୍ରେ ରଖାଯାଇ ଆଜି ପଚରାଉଚରା କରାଯାଉଛି। ୩ ଦିନ ଧରି ଏସ୍ଆଇଟି ଅଧିକାରୀମାନେ ଜବତ କରାଯାଇଥିବା ଲାପ୍ଟପ୍, ମୋବାଇଲ ସମେତ ଟାଟା କମ୍ପାନି ଚାକିରି ଭଳି ବିଭିନ୍ନ ଦିଗରେ ଓ ସମସ୍ତ ସମ୍ପତ୍ତି ବିଷୟରେ ଜେରା କରାଯିବ ବୋଲି ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.