ଆଜି ରବିବାର କିନ୍ତୁ ସ୍କୁଲରେ ଚାଲିଛି ପାଠପଢା

144

ଭୁବନେଶ୍ୱର: ରବିବାର ବାଜିଲା ସ୍କୁଲ ଘଣ୍ଟି । ଛୁଟି ଦିନରେ ମଧ୍ୟ ସ୍ୱାଭାବିକ ଚାଲିଲା ସ୍କୁଲ। କ୍ଳାସରୁମରେ ପାଠ ପଢିଲେ ଛାତ୍ରଛାତ୍ରୀ। ରାଜଧାନୀ ଭୁବନେଶ୍ବରରେ ସରକାରୀ ଏବଂ ଘରୋଇ ସ୍କୁଲରେ ପାଠପଢା ହୋଇଛି। ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ମଧ୍ୟରେ ପାଠପଢା ଚାଲିଛି। ସ୍କୁଲରେ ଠିକ ଭାବରେ ଏସଓପି ପାଳନ ହେଉଛି କି ନାହିଁ ଏନେଇ ତଦାରଖ କରୁଛନ୍ତି ଜିଲ୍ଲା ଏବଂ ବ୍ଳକ ଶିକ୍ଷା ଅଧିକାରୀ। ସଂପୂର୍ଣ୍ଣ ଭୁବନେଶ୍ୱରକୁ ୨୬ କ୍ଳଷ୍ଟର କରାଯାଇଛି। ଗୋଟିଏ କ୍ଳଷ୍ଟର ରେ ୧୦ ଟି ସ୍କୁଲ ରହିଛି। ଏଥିପାଇଁ ୨୬ ଟି ବାଇକ ଟିମ ଗଠନ କରାଯାଇଛି । ସେହିପରି ଗୋଟିଏ ଟିମରେ ୬ଜଣ ମେମ୍ବର ରହିଛନ୍ତି । ଟିମରେ ୨ ହେଡମାଷ୍ଟର, ୨ ଆସିଷ୍ଟଣ୍ଟ ଟିଚର ମଧ୍ୟ ଅଛନ୍ତି । ସେମାନେ ସ୍କୁଲ ସ୍କୁଲ ବୁଲି ସ୍ଥିତ ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀ ମାନେ ସାମାଜିକ ଦୂରତା ରକ୍ଷାକରୁଛନ୍ତି କି ନାହିଁ, ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ, ସାନିଟାଇଜର ଏବଂ ସ୍କୁଲ ସ୍ୱଚ୍ଛ ଅଛି କି ନାହିଁ ତାର ତଦାରଖ କରୁଛନ୍ତି । ତେବେ ରବିବାର ହେଲେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନେ ବେଶ ଉତ୍ସାହର ସହ ପାଠ ପଢୁଥିବା କହିଛନ୍ତି ବିଇଓ । ସେପଟେ ଯୁକ୍ତ ଦୁଇ କଲେଜରେ ଚାଲୁରହିଛି ପାଠପଢା। ସବୁଦିନ ଭଳି ରବିବାର ଉପସ୍ଥାନ ସ୍ବାଭାବିକ ରହିଥିବା ଦେଖିବାକୁ ମିଳିଛି । ଗୋଟିଏ ବେଞ୍ଚରେ ଦୁଇ ଜଣ ବସିବେ ଏବଂ ଦୁଇଟି ସେକ୍ସନରେ ଛାତ୍ରଛାତ୍ରୀ ମାନେ କ୍ଳାସ କରିବେ ବୋଲି ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷ ।

Leave A Reply

Your email address will not be published.