କୁଳବୃଦ୍ଧ ମଧୁସୂଦନଙ୍କ ଆଜି ୮୭ତମ ଶ୍ରାଦ୍ଧ ବାର୍ଷିକ, ଚଳଚଞ୍ଚଳ ଜନ୍ମ ପୀଠ ସତ୍ୟଭମାପୁର

191

ସାଲେପୁର: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ହେଉଛି ୮୭ ତମ ଶ୍ରାଦ୍ଧ ବାର୍ଷିକ । କଟକ ଜିଲ୍ଲା ସଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମପୁର ଗ୍ରାମରେ ୧୮୪୮ମସିହା ଏପ୍ରିଲ ୨୮ ତାରିଖରେ ମଧୁବାବୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ । ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ । ମଧୁ ବାବୁଙ୍କ ପାଠପଢା ଗାଁ ଚାଟଶାଳୀରୁ ଆରମ୍ଭ ହୋଇଥିଲା । ତାପରେ କଲିକତା ବିଶ୍ୱବିଦ୍ୟାଳୟରେ ସେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଓଡ଼ିଶାର ଲୋକ ମାନଙ୍କୁ ଖୁବ ଭଲପାଉଥିଲେ । ଓଡ଼ିଆ ଜାତି ଓ ଓଡ଼ିଆ ଭାଷାକୁ ସ୍ଵତନ୍ତ୍ର ମର୍ଯ୍ୟାଦା ପ୍ରଦାନ ନିମନ୍ତେ ତାଙ୍କର ଥିଲା ଅଦମ୍ୟ ପ୍ରଚେଷ୍ଟା । ମଧୁ ବାବୁ ଥିଲେ ପ୍ରଥମ ବାରିଷ୍ଟର ଓ ପ୍ରଥମ ବିଲତ ଯାତ୍ରୀ।ଓଡିଶା ର ଲୋକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାରେ ସତତ ଚେଷ୍ଟିତ ଥିଲେ । ଆଜି ବି ମନେପଡେ ତାଙ୍କର ହୃଦୟସ୍ପର୍ଶୀ କବିତା ପଂକ୍ତି ଜାତିନନ୍ଦି ଘୋଷ ଚଳିବକି ଭାଇ ,ସ୍ୱାର୍ଥ କୁ ସାରଥୀ କଲେ ,ଚଳେ କିରେ ଗାଡି ଦାନାର ତୋବଡା ଘୋଡା ମୁହେଁ ବନ୍ଧା ଥିଲେ । ପ୍ରତିଟି ଓଡ଼ିଆ ପ୍ରାଣରେ ସ୍ପଦନ ସୃଷ୍ଟି କରିଥାଏ। ବହୁମଧୁ ପ୍ରେମି ସାହିତ୍ୟିକ ଓ ସଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସମେତ ଶିକ୍ଷକ ଓ ଅଧ୍ୟାପକ ଙ୍କ ସମେତ ବୁଦ୍ଧିଜୀବୀ ଆଜିଜନ୍ମ ମାଟି ସତ୍ୟଭାମାପୁର ରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜି ଜନ୍ମପୀଠରେ ମଧୁସ୍ମୃତିକମିଟି ପକ୍ଷରୁ ତାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ସଭାପତି ବାସୁଦେବ ରାଉତ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ କବି ନିସିକାନ୍ତ ମିଶ୍ର,ସମ୍ମାନିତ ଅତିଥିଭାବେ ଧୀରେନ୍ଦ୍ର ବିଶ୍ୱାଳ,ସୁଜିତାଭ ଶତପଥି ପ୍ରମୁଖ ଯୋଗଦେଇଥିବା ବେଳେ ବିଶ୍ୱରଂଜନ ସାହୁ ଓ ନିରୂପମା ସାମଲ ସଭାପରିଚାଳନା କରିଥିଲେ । ତଥାପି ଆଜିର ଦିବସ ପ୍ରତ୍ୟକ ଓଡ଼ିଆଙ୍କ ପ୍ରାଣରେ ସ୍ମୃତିବହନ କରୁଛି ।

Leave A Reply

Your email address will not be published.