ଆଜି ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

154

ଭୁବନେଶ୍ୱର: ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ବେଲଗାମ ଦରଦାମ ବୃଦ୍ଧି ଓ ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ଆଜି  ନବୀନ ନିବାସ ଘେରାଉ କରିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଭାପତି ନିରଜ କୁନ୍ଦନଜୀ, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ରୋସନଲାଲ ବିଟୁ ଯୋଗଦେବେ । ଶ୍ରୀ କୁନ୍ଦନପ୍ରଥମେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ  ଉକ୍ତ ଦିନ ପୂର୍ବାହ୍ନରେ ଉଦ୍‌ବୋଧନ ଦେବେ । ଏହା ପରେ ଦିନ ୧୨ ଘଂଟା ସମୟରେ କଂଗ୍ରେସ ଭବନରୁ ଏକ ବିକ୍ଷୋଭ ରାଲି ନବୀନ ନିବାସ ଅଭିମୁଖେ ଯିବ ।

Leave A Reply

Your email address will not be published.