ବୁଡ଼ାଗୁଡା ଧାନ ମାଣ୍ଡିରେ ଟ୍ରାଫିକ ଜାମ, ଯାତ୍ରୀ ଉତେଜନା

135

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଧାନ ମଣ୍ଡିଠାରେ ଟ୍ରାଫିକ ଜାମ ହୋଇଥିବାରୁ ଯାତ୍ରୀ ମାନଙ୍କୁ ଯିବା ଆସିବା ପାଇଁ ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ବୁଡ଼ାଗୁଡା ଧାନ ମଣ୍ଡି ସୋମବାର ଓ ବୁଧବାର ହୋଇଥିବାରୁ ଆଜି ବୁଡ଼ାଗୁଡା ଠାରେ ହଜାର ହଜାର କୁଇଣ୍ଟାଲ ଧାନ ଧରି ଚାଷୀ ମାନେ ଧାନ ମଣ୍ଡିରେ ଗାଡି ଗୁଡିକୁ ଲାଇନ ଲଗାଇ ଥିବାରୁ ମୁଖ୍ୟ ରାସ୍ତା ରାୟଗଡା ଠାରୁ କଲ୍ୟାଣ ସିଂହପୁର ଯିବା ଆସିବା ରାସ୍ତା ଜାମ ହୋଇଥିଲା । ରାସ୍ତା ଜାମ ହେବା ଦ୍ବାରା ଯାତାୟତ କରିବା ପାଇଁ ଯାତ୍ରୀ ମାନଙ୍କୁ ବାଧା ହେଉଥିବା ଜଣାପଡିଛି । ଯାତ୍ରୀ ମାନଙ୍କୁ ବାଧା ପ୍ରାପ୍ତ ହେବାରୁ ଉତେଜିତ ହୋଇଥିଲେ । ଉକ୍ତ ଧାନ ମଣ୍ଡିରେ ଅନିୟମିତତା କରାଯାଉଥିବା ହେତୁ ଚାଷୀ ମାନେ ନିଜ ନିଜ ହିସାବରେ ମୁଖ୍ୟ ରାସ୍ତାରେ ଉପରେ ଗାଡି ଗୁଡିକ ରଖିବା ଦ୍ଵାରା ମୁଖ୍ୟ ରାସ୍ତା ଜାମ ହେଉଛି । ମୁଖ୍ୟ ରାସ୍ତା ଜାମ ହେବା ଦ୍ବାରା କଲ୍ୟାଣ ସିଂହପୁର ଠାର ରାୟଗଡା ଯାତାୟାତ ପାଇଁ ଯାତ୍ରୀ ମାନଙ୍କୁ ବାଧା ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଏହିପରି ଧାନ ମଣ୍ଡିରେ ନୀୟ ମିତତା ନ କରନ୍ତି ତେବେ କେବେ ନା କେବେ ମୁଖ୍ୟ ରାସ୍ତା ଜାମ ହେବା ଦ୍ଵାରା ଦୁର୍ଘଟଣା ଘଟି ପାରେ । ଏହି ପରିପ୍ରେକ୍ଷୀରେ ପ୍ରଶାସନ ଦାୟୀ ରହିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଆରଏମସି କର୍ତ୍ତୃପକ୍ଷଙ୍କୁ ବୁଯିବାକୁ ପଡିବ ଯେ ନୀୟମିତତା କଲେ ଟୋକନଦାରୀ ମାନଙ୍କୁ ସୁବିଧା ହେବା ସହ ମୁଖ୍ୟ ରାସ୍ତା ଜାମ ହେବ ନାହିଁ ବୋଲି ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ କଲ୍ୟାଣ ସିଂହପୁର ଥାନା ଏସଆଇ ରଞ୍ଜନ ନାଗ ବୁଝାସୁଝା କରିଥିଲେ ।

Leave A Reply

Your email address will not be published.