ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବୈପାରିଗୁଡା ଥାନା ପେଟା ଘାଟିରେ ଆଜି ଅପରାହ୍ନରେ ଏକ ଟ୍ରକ ଓଲଟି ଡ୍ରାଇଭର ଏବଂ ହେଲ୍ପର୍ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ । ଏନେଇ ବୈପାରିଗୁଡା ଥାନାରେ ଏକ କେସ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, (ସିଜି-୦୪-ଏଚ ୱାଇ-୯୨୭୩) ନମ୍ବର କୋଇଲା ବୋଝେଇ ଟ୍ରକ ଜୟପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଏହି ଘଟଣାରେ ବୈପାରିଗୁଡା ଏସ ଆଇ ଅସିତ କୁମାର ବଳବନ୍ତରାୟ ଏବଂ ହାବିଲଦାର ପ୍ରମୋଦ କୁମାର ଦଣ୍ଡସେନା ତଦନ୍ତ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.