ରାୟପୁର: ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଠାରୁ ୨ କିଲୋମିଟର ଦୂର ରାଜକୋଟ ପାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ଗୋଟିଏ ବୋଲେରୋ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ ବିଛାଇଥିବା ବେଳେ ଏଥିରେ ଦୁଇ ଜଣ ବଳରାମ ପ୍ରଧାନ ଓ ମହମ୍ମଦ ଇକବାଲ ଆହତ ହୋଇଛନ୍ତି ବୋଲ ସନ୍ଦେହ କରାଯାଉଛି। ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ବୋଲେରୋରେ ବାସାଗୁଡ଼ା ଆସୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.