ପିଚୁରେ ପଡି ଯାଇଥିବା ଗାଇ ସମ୍ପର୍କରେ ସୂଚନା ପାଇବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପହଂଚିଲେ

151
-ଗାଈର ଚିକିତ୍ସା ପାଇଁ ଦେଲେ ନିର୍ଦେଶ 
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ନୀଳଗିରି ଠାରେ ପିଚୁରେ ପଡି ଯାଇଥିବା ଗାଇ ସମ୍ପର୍କରେ ସୂଚନା ପାଇବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଘଟଣା ସ୍ଥଳରେ ପହଂଚି ଜିଲ୍ଲାପାଳ ସମେତ ପଶୁ ଚିକିତ୍ସା ଅଧିକାରୀଙ୍କୁ ଗାଈର ଚିକିତ୍ସା ପାଇଁ ନିର୍ଦେଶ ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ ରବିବାର ବିଳମ୍ବିତ  ରାତ୍ରୀରେ ଏ ସମ୍ପର୍କରେ ସୂଚନା ପାଇବା ପରେ ଶ୍ରୀ ଷଡଙ୍ଗୀ ଘଟଣା ସ୍ଥଳରେ ପହଂଚିଥିଲେ । ସେଠାରେ ପହଂଚି ସେ ଜିଲ୍ଲାପାଳ ଓ ପଶୁଚିକିତ୍ସା ଅଧିକାରୀଙ୍କୁ ଯୁଦ୍ଧସ୍ତରରେ ଚିକିତ୍ସା କରିବାକୁ କହିଥିଲେ । ସେ ଗୋ ମାତାଙ୍କୁ ସୁସ୍ଥ କରିବା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
Leave A Reply

Your email address will not be published.