ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ୍‌ଙ୍କ ଯାତ୍ରା ବେଶ୍‌ ପ୍ରେରଣାଦାୟୀ

Vedanta Chief Anil Agarwal's journey is very inspiring

124

ନୂଆଦିଲ୍ଲୀ: ବେଦାନ୍ତ ଲିମିଟେଡ୍‌ର ମୁଖ୍ୟ ଅନିଲ ଅଗ୍ରୱାଲ୍‌ ଏବେ ଏକ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କମ୍ପାନି ଉପରେ ୮୩୦୦ କୋଟି ଟଙ୍କାରୁ ଅଧିକ ଋଣ ଥିବା ବେଳେ ବେଦାନ୍ତ ରାଜନୈତିକ ଦଳଗୁଡ଼ିକୁ ୨୦୦ କୋଟି ଟଙ୍କାର ପାଣ୍ଠି ଦେବ। ଚଳିତ ବର୍ଷ କମ୍ପାନି୧୫୫ କୋଟି ଟଙ୍କାର ପାଣ୍ଠି ଦେଇସାରିଛି। ସତୁରି ଦଶକର ଜଣେ ସ୍କ୍ରାପ୍‌ ଡିଲର୍ରୁ ୯୬,୫୫୪ କୋଟି ଟଙ୍କାର ଏକ କମ୍ପାନିର ମାଲିକ ହେବା ପର୍ଯ୍ୟନ୍ତ ଶ୍ରୀ ଅଗ୍ରୱାଲଙ୍କ ଯାତ୍ରା ବେଶ୍‌ ପ୍ରେରଣାଦାୟୀ। ୧୯୫୪ରେ ବିହାରର ପଟ୍‌ନାରେ ଜନ୍ମିତ ଅନିଲ ୭୦ ଦଶକରେ ସ୍କ୍ରାପ୍‌ ମେଟାଲ୍‌ ବ୍ୟବସାୟରୁ େଉଦ୍ୟାଗ ଯାତ୍ରା ଆରମ୍ଭ କରିଥେିଲ। ୧୯୭୬ରେ ସେ ସେମସର ଷ୍ଟର୍ଲିଂ କର୍ପୋରେସନକୁ କିଣିଥିଲେ ଏବଂ ପରେ ଷ୍ଟରଲାଇଟ୍‌ ଇଷ୍ଟଷ୍ଟ୍ରିଜ୍‌ ସ୍ଥାପନ କରିଥିଲେ।୨୦୦୩ରେ ସେ ବେଦାନ୍ତ ରିସୋର୍ସେସ୍‌କୁ ସ୍ଥାପନ କରିଥିଲେ। ବିଶ୍ୱ ଧାତବ ଶିଳ୍ପର ଚର୍ଚ୍ଚିତ ଚେହେରା ପାଲଟିଥିବା ଶ୍ରୀ ଅଗ୍ରୱାଲ୍‌ଙ୍କ କମ୍ପାନି ଏବେ ଋଣ ସମସ୍ୟା ଦେଇ କତି କରୁଛି। ୨୦୨୫ ସୁଦ୍ଧା କଂପାନିକୁ ପ୍ରାୟ ୧୭ ହଜାର କୋଟି ଟଙ୍କାରୁ ଅଧିକ ଋଣ ପରିଶୋଧ କରିବାକୁ ପଡ଼ିବ। ସେଥିପାଇଁ ପାଣ୍ଠି ଯୋଗାଡ଼ କରିବା କମ୍ପାନି ଲାଗି ଏକ କଷ୍ଟକର ବ୍ୟାପାରରେ ପରିଣତ ହୋଇଛି।

Leave A Reply

Your email address will not be published.