ମୁରିବାହାଲ ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ, ପାଠକ ଲିଙ୍କ୍ ଥିବା ନେଇ ବି ତଦନ୍ତ

152

ଟିଟିଲାଗଡ଼: ଆଜି ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ରେଞ୍ଜରଙ୍କ ଟିଟିଲାଗଡ଼ସ୍ଥିତ ହାଟପଦାପଡ଼ା ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ କରାଯାଉଥିବାର ଖବର ମିଳିଛି। ଭିଜିଲାନ୍ସ ବିଭାଗର ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ବରଗଡ଼ର ଚାରିଟି ଟିମ୍ ରେଞ୍ଜର ପ୍ରଶାନ୍ତ କୁମାର ନାୟକଙ୍କ ମୁରିବାହାଲ ସ୍ଥିତ ରେଞ୍ଜ ଅଫିସ, ବେଳପଦର ନିକଟରେ ଥିବା ଫାର୍ମ ହାଉସ, ଓ ଟିଟିଲାଗଡ଼ ହାଟପଦା ପଡ଼ାସ୍ଥିତ ବାସଭବନ ଉପରେ ଚଢ଼ଉ। ଟିମରେ ପ୍ରାୟ ୨୫ ଜଣ ଅଧିକାରୀ ସାମିଲ୍ ଥିବା ବେଳେ ଆଜି ସକାଳ ସାଢେ଼ ଛଅଟାରୁ ଚଢ଼ଉ ଆରମ୍ଭ ହୋଇଛି। ରେଞ୍ଜର ଶ୍ରୀ ନାୟକ ମୁରିବାହାଲରେ ଯୋଗ ଦେବା ପୂର୍ବରୁ ବଙ୍ଗୋମୁଣ୍ଡା ରେଞ୍ଜରେ ଅବସ୍ଥାପିତ ଥିଲେ। ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାକୁ ନେଇ ଏହି ଚଢ଼ଉ ଜାରି ରହିଥିବା ବେଳେ ଏଥିରେ ଅଭୟକାନ୍ତ ପାଠକଙ୍କ କୌଣସି ଲିଙ୍କ୍ ଥିବା ବିଷୟରେ ମଧ୍ୟ ବିଭାଗ ତଦନ୍ତ କରୁଥିବା ଜଣାଯାଇଛି।

Leave A Reply

Your email address will not be published.