ବାତ୍ୟାପାଇଁ ଜଳ ସମ୍ପଦ ବିଭାଗ ଅଧିକାରୀମାନଙ୍କ ଛୁଟି ବାତିଲ୍

155

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ୟାସ୍ ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । କେହି ହେଡ୍ କ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଛି । ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଜିଲ୍ଲା ପ୍ରଶାସନ ସହ ମିଶି କାମ କରାଯିବ । ୨୪ ଘଂଟିଆ କେଂଟ୍ରାଲ୍ ରୁମ୍ ଖୋଲାଯାଇଛି । ସମସ୍ତେ ଯୋଗାଯୋଗରେ ଅଛନ୍ତି । ପୂର୍ବରୁ ଅନେକ ବାତ୍ୟାର ଅନୁଭୂତି ରହିଛି । ଆମେ ସେହି ଅନୁଭୂତିକୁ ପାଥେୟ କରି ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ମୁକାବିଲା କରିବୁ ।

Leave A Reply

Your email address will not be published.