କେନାଲରେ ପୋତା ଯାଇଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ମୋ ଝିଅକୁ ହତ୍ୟା କରାଯାଇଛି, ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି-ବାପା

141
କଟକ:  କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭେଡ଼ା ପଚାଂୟତରେ କ୍ଷେତ ପାଖ କେନାଲରେ ପୋତା ଯାଇଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି ।
ମହିଳାଙ୍କ ନାମ ଅନ୍ନପୂର୍ଣ୍ଣା ମହାପାତ୍ର (୪୪) । ତେବେ ତାଙ୍କ ଝିଅଙ୍କୁ ଅସଦାଚରଣ କରି ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି । ଖବର ପାଇ ଆଜି ସକାଳେ ମାହାଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚ ଛାନଭିନ୍ ଜାରୀ ଆରମ୍ଭ କରିଛି । ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।
ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅକୁ ଘର ଠାରୁ ୨୦୦ ମିଟରେ ଦୂରରେ ଏକ ଅଭିଯୁକ୍ତ ମାନେ ଦୁଷ୍କର୍ମ କରିବା ସହ ହତ୍ୟା କରିଛନ୍ତି ଏବଂ ସେଠାରେ ଏକ କେନାଲରେ ପୋତି ଦେଇଛନ୍ତି । ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ସେ କହିଛନ୍ତି ।
Leave A Reply

Your email address will not be published.