ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଗମ୍ଭୀର ଅଭିଯୋଗରେ ଅଭିଯୁକ୍ତ କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ସଭାପତି ନିର୍ବାଚିତ ହେବା ପରେ ମର୍ମାହତ ହୋଇ ଗତକାଲି ଅବସର ଘୋଷଣା କରିଥିଲେ ରିଓ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲିକ। ଆଉ ଆଜି ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି ଦେଶର ଅନ୍ୟତମ ଜଣାଶୁଣା ରେସଲର ବଜରଙ୍ଗ ପୁନିଆ। ସେ ତାଙ୍କ “ଏକ୍ସ’ରେ ଏକ ପୋଷ୍ଟ କରି ଏହି କଥା ଘୋଷଣା କରିଛନ୍ତି। ଏଥିରେ ସେ ଲେଖିଛନ୍ତି- ମୁଁ ମୋ ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀ ଜୀଙ୍କୁ ଫେରସ୍ତ କରି ଦେଉଛି। ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଏକ ପତ୍ର ଲେଖିଛନ୍ତି। ସେଥିରେ ସେ ଲେଖିଛନ୍ତି- ଯେଉଁ ଝିଅମାନଙ୍କୁ ବେଟି ବଚାଓ ବେଟି ପଢ଼ାଓର ବ୍ରାଣ୍ଡ ଆମ୍ବାସାଡର ବନିବାର ଥିଲା, ସେହିମାନଙ୍କର ଏମିତି ଅବସ୍ଥା କରିଦିଆଗଲା ଯେ ସେମାନଙ୍କୁ ନିଜ ଖେଳ ଛାଡ଼ିବାକୁ ପଡ଼ିଲା। ଆମେ “ସମ୍ମାନିତ’ କୁସ୍ତିଯୋଦ୍ଧା କିଛି କରିପାରିବୁ ନାହିଁ। ମହିଳା କୁସ୍ତିଯୋଦ୍ଧାଙ୍କୁ ଅପମାନିତ କରାଯିବା ପରେ “ସମ୍ମାନିତ’ ହୋଇ ନିଜ ଜୀବନ ବଞ୍ଚି ପାରିବି ନାହିଁ। ଏମିତି ଜୀବନ କଣ୍ଟା ଭଳି ଲାଗୁଛି। ସେଥିପାଇଁ ଏହି ସମ୍ମାନ ମୁଁ ଆପଣଙ୍କୁ ଫେରସ୍ତ କରୁଛି। ସେହିପରି ଗୁରୁବାର କୁସ୍ତିରୁ ଅବସର ନେଇଛନ୍ତି ରିଓ ଅଲମ୍ପିକରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲ୍ଲିକ । ସଞ୍ଜୟ ସିଂ କୁସ୍ତିସଙ୍ଘର ଅଧକ୍ଷ ହେବା ପରେ ସାମ୍ୱାଦିକ ସମ୍ମିଳନୀ କରି ସେ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି । ବିଜେପି ସାଂସଦ ତଥା କୁସ୍ତି ମହାସଙ୍ଘର ପୂର୍ବତନ ଅଧକ୍ଷ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତି ଖେଳାଳୀ ମାନେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ଏବେ ତାଙ୍କ ଘନିଷ୍ଠ ସହଯୋଗୀ କୁସ୍ତି ମହାସଙ୍ଘର ଅଧକ୍ଷ ହେବା ପରେ ଏହାକୁ ବିରୋଧ କରିଛନ୍ତି ରେସଲର ।
Sign in
Sign in
Recover your password.
A password will be e-mailed to you.