ଅପରେସନ ସିନ୍ଦୂର\’କୁ ଫିଲ୍ମର ଟାଇଟଲ ପାଇଁ ୩୦ରୁ ଅଧିକ ଆବେଦନ

79

ମୁମ୍ୱାଇ, : ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ଭାରତର ଜବାବରେ ଦେଶର ଲୋକେ ଇମୋସନାଲ । ଏଥିରେ \”ଅପରେସନ ସିନ୍ଦୂର\’ ଟାଇଟଲରେ ଫିଲ୍ମ ତିଆରି କରିବା ପାଇଁ ଅନେକ ପ୍ରଡ୍ୟୁସରଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଛି । ଇଣ୍ଡିଆନ ମୋସନ ପିକଚର ପ୍ରଡ୍ୟୁସର୍ସ ଆସୋସିଏସନ (ଆଇଏମପିପିଏ) ଓ ଇଣ୍ଡିଆନ ଫିଲ୍ମ ଆଣ୍ଡ ଟେଲିଭିଜନ ପ୍ରଡ୍ୟୁସର୍ସ କାଉନ୍ସିଲ (ଆଇଏଫଟିପିସି)ରେ ଅପରେସନ ସିନ୍ଦୂର ଓ ପହଲଗାମ ଟେରର ଆଟାକ୍ ଟାଇଟଲର ରାଇଟ୍ସର ଅନେକ ପ୍ରାର୍ଥନା ପତ୍ର ରହିଛି । ଆମର ସହଯୋଗୀ ହିନ୍ଦୁସ୍ତାନ ଟାଇମ୍ସ ଡଟ୍ କମର ରିପୋର୍ଟ ମୁତାବିକ, ଆଇଏଫଟିପିସିର ସୁରେଶ ଅମିନ କହିଛନ୍ତି କି, ବୁଧବାର ଦ୍ୱିପ୍ରହର ୩ଟା ସମୟରୁ ହିଁ ପ୍ରଡ୍ୟୁସରଙ୍କ ଆପ୍ଲିକେସନ ଆସିବା ଆରମ୍ଭ ହୋଇ ଯାଇଛି । ସେ କହିଛନ୍ତି, ଅପରେସନ ସିନ୍ଦୂରର ଟାଇଟଲ ନେବା ପାଇଁ ପ୍ରାର୍ଥନାପତ୍ରର ବନ୍ୟା ଛୁଟିଛି । ଯେତେ ସବୁ ଟାଇଟଲ ମିଳିଛି ସବୁ ଏହି ମିଶନକୁ ନେଇ । ଆମକୁ ୧୦- ୧୨ଟି ଆପ୍ଲିକେସନ ମିଳିଛି । ଏହି ଟାଇଟଲ ବଲିଉଡର ବଡ଼ ବଡ଼ ପ୍ରଡକ୍ସନ ହାଉସରୁ ରହିଛି । ଟାଇଟଲ ଫିଲ୍ମ ସହ ୱେବ୍ ସିରିଜ ପାଇଁ ମଧ୍ୟ ରହିଛି । ଆଇଏମ୍‌ପିପିଏରେ ମଧ୍ୟ ଅପରେସନ ସିନ୍ଦୂରକୁ ନେଇ ଦୁଇ ଦିନ ଭିତରେ ୨୦-୨୫ଟା ଟାଇଟଲ ରେଜିଷ୍ଟର ହୋଇ ସାରିଛି । ବାର ଆଣ୍ଡ ବେଞ୍ଚର ରିପୋର୍ଟ ମୁତାବିକ, ଅପରେସନ ସିନ୍ଦୂର ପାଇଁ ଟ୍ରେଡମାର୍କ ଆପ୍ଲିକେସନ ଫାଇଲ କରୁଥିବା କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ଥିଲା । ଏହା କ୍ଲାସ୍ ୪୧ ଅନୁସାରେ ଏକ୍ସକ୍‌ଲୁସିଭ୍ ରାଇଟ୍ସ ମାଗିଛି । ଏହା ଏଣ୍ଟରଟେନମେଣ୍ଟ, ଏଜୁକେସନ, କଲଚର ଓ ମିଡ଼ିଆ ସର୍ଭିସେସ୍‌କୁ କଭର କରିଥାଏ । ଆଇଏମ୍‌ପିପିଏରୁ ହରେଶ ପଟେଲ
କହିଛନ୍ତି, ଆମକୁ ୨ ଦିରେ ୨୫ ପାଖାପାଖି ଆପ୍ଲିକେସନ ମିଳିଛି । ଏଥିରେ ଦୁଇଟି ରିଜନାଲ ପ୍ରୋଜେକ୍ଟ ଅଛି, ଆଉ ସବୁ ହିନ୍ଦୀ । ଆମେ କାହାକୁ ଆପ୍ଲିକେସନ ପଠାଇବାରେ ରୋକି ପାରିବୁ ନାହିଁ । ଏବେ ନିର୍ଭର କରୁଛି କିଏ ପ୍ରଥମ ଆପ୍ଲିକେସନ ପଠାଇଛି, ଟାଇଟଲ ସେହି ପ୍ରଡ୍ୟୁସରଙ୍କୁ ମିଳିବ । ଏହି ସବୁ ସଂସ୍ଥା ସହ ଜଡ଼ିତ ସୋର୍ସ କହିଛନ୍ତି ଯେ, ଆପ୍ଲିକେସନ ପଠାଇ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଜନ ଆବ୍ରାହମଙ୍କ ପ୍ରଡକ୍ସନ ବ୍ୟାନର, ଆଦିତ୍ୟ ଧର ପ୍ରଡକ୍ସନ ହାଉସ୍‌, ମହାବୀର ଜୈନ କମ୍ପାନୀ, ଅଶୋକ ପଣ୍ଡିତ, ମଧୁର ଭଣ୍ଡାରକରଙ୍କ ନାଁ ସାମିଲ ଅଛି । ଜି ଷ୍ଟୁଡିୟୋଜ୍‌, ରିଲାଏନ୍ସ, ଜେପି ଫିଲ୍ମସ, ବମ୍ୱେ ଶୋ ଷ୍ଟୁଡିଓ ଓ ଅଲମାଇଟି ମୋସନ ପିକଚର ମଧ୍ୟ ଦୌଡରେ ରହିଛନ୍ତି ।

Leave A Reply

Your email address will not be published.