ଅବତରଣ ସମୟରେ ବିମାନରେ ଲାଗିଲା ନିଆଁ , ଜରୁରୀ କାଳୀନ ଫାଟକରୁ ଡେଇଁ ଜୀବନ ରକ୍ଷା କଲେ ଯାତ୍ରୀ

498

ମିଆମି , ୨୨/୦୬: ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ବିମାନ ଅବତରଣ କରିବା ସମୟରେ ବିମାନରେ ନିଆଁ ଲାଗିଯାଇଥିଲା। ଡୋମିନିକାନ୍ ରିପବ୍ଲିକ୍ ଏୟାର କ୍ୟାରିଅର୍ ରେଡ୍ ଏୟାରର ଏକ ବିମାନ ୧୨୬ ଜଣଙ୍କୁ ନେଇ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଧିକାରୀ ମାନେ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ଏହି ଦୁର୍ଘଟଣାରେ ରେଡ୍ ଏୟାର ବିମାନରେ ଅବତରଣ ଗିଅର ଡ୍ରପ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଥିଲା ।ବିମାନରେ ୧୨୬ ଜଣ ଯାତ୍ରୀ ମାନଙ୍କ ମଧ୍ୟରୁ ତିନିଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ଓ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଅନ୍ୟ ଯାତ୍ରୀମାନଙ୍କୁ ବିମାନରୁ ଟର୍ମିନାଲକୁ ନିଆଯାଇଥିଲା। ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ କରି ଇନ୍ଧନ ଲିକ୍ ହ୍ରାସ କରିଥିଲେ ।

Leave A Reply

Your email address will not be published.