ଆକାଶରେ ଉଡିବ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ବିମାନ ‘ଡୋର୍ନିୟର’

234

ଡୁମାଣୀ ଟିଭି,୧୨/୪:ଭାରତରେ ନିର୍ମିତ ପ୍ରଥମ ଡୋର୍ନିୟର-୨୨୮ ବିମାନ ଆଲାୟନ୍ସ ଏୟାରରେ ସାମିଲ ହୋଇଛି । ଏହି ବିମାନ ଏକାଥରକେ ୧୭ ଯାତ୍ରୀଙ୍କୁ ଧରି ଉଡାଣ ଭରିପାରିବ । ଏହାସହ ଏହା ଉଭୟ ଦିନ ଓ ରାତିରେ ଉଡାଣ ଭରିପାରିବ ବୋଲି କୁହାଯାଉଛି ।

ଡୋର୍ନିୟର-୨୨୮ ପୂର୍ବୋତ୍ତର ରାଜ୍ୟରେ ଯୋଗାଯୋଗକୁ ସୁଗମ କରିବା ପାଇଁ ବ୍ୟବହାର ହେବ । ଏହା ଯୋଗାଯୋଗକୁ ଆହୁରି ମଜବୁତ କରିବ । ଏହାଦ୍ୱାରା ସ୍ଥାନୀୟ ଲୋକେ ବହୁ ଉପକୃତ ହେବେ । ତେବେ ଏହି ବିମାନ ପାଇଁ ଗତବର୍ଷ ହିଁ ଚୁକ୍ତି ହୋଇଥିଲା ।

ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ ବା ହାଲ୍ ୨ଟି ଡର୍ନିୟର ୨୨୮ ବିମାନର ନିର୍ମାଣ ପାଇଁ ସେପ୍ଟେମ୍ବର ୨୦୨୧ରେ ଆଲାୟନ୍ସ ଏୟାର ସହ ଚୁକ୍ତି କରିଥିଲା । ତେବେ ଏହା ପୂର୍ବୋତ୍ତର ରାଜ୍ୟରେ ଗମନାଗମନ ପାଇଁ ସବୁଠୁ ଭଲ ବିକଳ୍ପ ଭାବେ ଉଭା ହେବ । ଏହା ସର୍ଟ-ଟ୍ୟାଙ୍କ୍ ଅଫ୍ ଓ ଲାଣ୍ଡିଂର କ୍ଷମତା ମଧ୍ୟ ରଖିଥାଏ ।ଏହାସହ ରନଓ୍ୱେରୁ ମଧ୍ୟ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ କରିପାରିବ ।

ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ ଏହି ବିମାନକୁ ତିଆରି କରିଛି । ପୂର୍ବରୁ ଏପରି ବିମାନ ପାଇଁ ଭାରତ ଆମେରିକା ଓ ୟୁରୋପୀୟ ଦେଶ ଉପରେ ନିର୍ଭର କରୁଥିଲା ।

Leave A Reply

Your email address will not be published.