ମିଠାରେ କ୍ଷତିକାରକ ସାମଗ୍ରୀ ବ୍ୟବହାର ରୋକିବାକୁ ସର୍ଭିଲାନ୍ସ ବଢାଇବ ଏଫ୍ଏସ୍ଏସ୍ଏଆଇ
ନୂଆଦିଲ୍ଲୀ: ଆଗକୁ ଦୀପାବଳିଆସୁଥିବା ବେଳେ ମିଠା ବିକ୍ରିରେ ବୃଦ୍ଧିଦେଖିବାକୁ ମିଳିପାରେ । ଏହାରସୁଯୋଗ ନେଇ ଅସାଧୁ
ବ୍ୟବସାୟୀମାନେ ଅଧିକ ଲାଭ ପାଇଁଶସ୍ତା ଅସ୍ୱାସ୍ଥ୍ୟକର ସାମଗ୍ରୀର ମିଶ୍ରଣକରିପାରନ୍ତି । ଏଥିରେ ରୋକଲଗାଇବା ପାଇଁ ଭାରତୀୟ ଖାଦ୍ୟ
ନିରାପତା ଏବଂ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ସମଗ୍ରଦେଶରେ ସର୍ଭିଲାନ୍ସ ବଢାଇବାକୁନିଷ୍ପତି ନେଇଛି ।ଏଥିପାଇଁ ରାଜ୍ୟ
ଖାଦ୍ୟ ନିରାପତ୍ତା ଇନ୍ସପେକ୍ଟରମାନଙ୍କୁଷ୍ଟୋରଗୁଡିକର ଅନୁସନ୍ଧାନ ଏବଂଗୁଣବତ୍ତା ନିୟନ୍ତ୍ରଣ ପାଇଁ ନମୁନାସଂଗ୍ରହ କରିବାକୁ ନିଦେ୍ର୍ଦଶ
ଦିଆଯାଇଛି । ସେହିପରି ଗୁଣାତ୍ମକମାନର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ସେମାନଙ୍କୁ ନିଦେ୍ର୍ଦଶ
ଦିଆଯାଇଛି ବୋଲିଏଫ୍ଏସ୍ଏସ୍ଏଆଇ ସିଇଓ ଜି.କମଳା ବର୍ଦ୍ଧନ ରାଓ ସୂଚନାଦେଇଛନ୍ତି । ଚଳିତ ବର୍ଷଏଫ୍ଏସ୍ଏସ୍ଏଆଇଏହାର ସର୍ଭିଲାନ୍ସ
ଏକ ଲକ୍ଷକୁ ବୃଦ୍ଧି କରିଛି । ଯାହାକୁଆଗାମୀ ବର୍ଷକୁ ୭ ଲକ୍ଷରେପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ମିଠାପ୍ରସ୍ତୁତି ପାଇଁ କ୍ଷୀର ଏକ ପ୍ରମୁଖ
ଦ୍ରବ୍ୟ ଅଟେ । ତେବେ ସର୍ଭିଲାନ୍ସଟିମ୍ ତଦାରଖ ସମୟରେକ୍ଷୀରଜାତ ପଦାର୍ଥରେ ପ୍ରସ୍ତୁତମିଠାର ମାନ ପରୀକ୍ଷା ଉପରେ
ଅଧିକ ଧ୍ୟାନ ଦେବ । କ୍ଷୀର, ଘିଅଏବଂ ଶୁଖିଲା ଫଳ ମିଠା ପ୍ରସ୍ତୁତିରେବ୍ୟବହୃତ କେତେକ ଗୁରୁତ୍ୱପୂର୍ଣ୍ଣଉପାଦାନ । ଅନେକ ବିକ୍ରେତା
ସେମାନଙ୍କ ପାମ୍ ତେଲକୁ ଘିଅବଦଳରେ ବ୍ୟବହାର କରନ୍ତି । ଏହାବ୍ୟତୀତ ପ୍ରକ୍ରିୟାକୃତ କ୍ଷୀର,ବିଷାକ୍ତ ଉପାଦାନ ଯେପରିକି
ଡିଟରଜେଣ୍ଟ, କାଉଷ୍ଟିକ୍ ସୋଡା,ଏବଂ ୟୁରିଆ କମ୍ ମୂଲ୍ୟରେପରିମାଣ ବଢାଇବା ପାଇଁବ୍ୟବସାୟୀମାନେ ବ୍ୟବହାର
କରନ୍ତି । ଯାହା ଲୋକମାଙ୍କର ସ୍ୱାସ୍ଥ୍ୟଉପରେ ଖରାପ ପ୍ରଭାବ ପକାଇଥାଏ ।