ଆଜିଠାରୁ ଭାରତ – ଅଂଲଣ୍ଡ ଟି-୨୦ ସିରିଜ ଆରମ୍ଭ

160

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଟ ବିଶିଷ୍ଟ ଏକ ଟି-୨୦ ସିରିଜ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଆଜି ପ୍ରଥମ ମ୍ୟାଚ ସାଉଥମ୍ପଟନ ରେ ଖେଳାଯିବାକୁ ଯାଉଥିବା ବେଳେ ଭାରତୀୟ ସମୟ ଅନୁସାରେ ରାତି ୧୦ଟା ୩୦ ମିନିଟ୍ ରେ ଆରମ୍ଭ ହେବ । ଇଂଲଣ୍ଡ ଠାରୁ ଟେଷ୍ଟ ମ୍ୟାଚ ହାରିବା ପରେ ବର୍ତମାନ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ସହିତ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି । ଏହି ଦୁଇଟି ଦଳ ମଧ୍ୟରେ ୩ଟି ଟି-୨୦ ମ୍ୟାଚ ହେବାକୁ ଯାଉଛି । ସେଥିମଧ୍ୟରୁ ପ୍ରଥମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଟେଷ୍ଟ ମ୍ୟାଚରେ ଭାରତକୁ ସଫଳତା ମିଳିନଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭାରତ-ଇଂଲଣ୍ଡ ମଧ୍ୟରେ ହୋଇଥିବା ସମସ୍ତ ଟି-୨୦ ସିରିଜରେ ଭାରତର ଦବଦବା ରହିଆସିଛି । ତେବେ ଆଜି ରାତି ୧୦ଟା ୩୦ ରେ ମ୍ୟାଚ ଆରମ୍ଭ ହେବାକୁ ଥିବାବେଳେ ଭାରତୀୟ ଦଳ ଏନେଇ ପ୍ରସ୍ତୁତି ଜୋରଦାର ଚଲାଇଛି ।

Leave A Reply

Your email address will not be published.