୪୧ ବର୍ଷରେ ପାଦ ଥାପିଲେ ଏମ ଏସ ଧୋନୀ

221

୪୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ କୁଲ ତଥା ଭ୍ରାତୀୟ ଖ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହିନ୍ଦ୍ରା ସିଂ ଧୋନୀ । ତେବେ ଚଳିତ ବର୍ଷ ଧୋନୀ ନିଜର ଜନ୍ମ ଦିନ ଲଣ୍ଡନରେ ମନାଉଛନ୍ତି । ଲଣ୍ଡନରେ ପତ୍ନୀ ସାକ୍ଷୀଙ୍କ ସହ ସେ କେକ୍ କାଟୁଥିବା ବେଳେ ସେଠାରେ ଋଷଭ ପନ୍ତଙ୍କ ସହିତ ଅନେକ ବନ୍ଧୁ ଉପସ୍ଥିତ ଥିଲେ । କେକ୍ କାଟିବା ସମୟର ଭିଡିଓ ନିଜେ ଧୋନୀ ଓବଂ ପତ୍ନୀ ସାକ୍ଷୀଙ୍କ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଅପଲୋଡ କରିଛନ୍ତି । ତେବେ ଭାରତୀୟ କ୍ରିକେଟ ଦଳର ଜଣେ ସଫଳ ଦିଗ୍‌ଦର୍ଶକ ହେଉଛନ୍ତି ଧୋନୀ । ଶୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫଲୋଇଙ୍ଗ ଦେଖିଲେ ସତରେ ଆଶ୍ଚର୍ଯ୍ୟ ଲାଗିଥାଏ । ସେ ୩୫୦ ଟି ଅନ୍ତରାଷ୍ଟ୍ରିୟ ଦିନିକିଆ, ୯୦ଟି ଟେଷ୍ଟ ମ୍ୟାଚ ଏବଂ ୯୮ଟି ଟି-୨୦ ସିରିଜ ଖେଳିଛନ୍ତି । ତା ସହିତ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ ମସିହାରେ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିତିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.