ଆର୍‌ଟିଇ ପାରଦର୍ଶୀ ଅନ୍‌ଲାଇନ୍‌ ପୋର୍ଟାଲ୍‌ର ଶୁଭାରମ୍ଭ

715

ଭୁବନେଶ୍ୱର : ଆଜି ପୂର୍ବାହ୍ନରେବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆର୍‌ଟିଇ (ରାଇଟ୍‌ ଟୁ ଏଜୁକେସନ୍‌) ଅନ୍‌ଲାଇନ୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରି କହିଲେ ଯେ ସମସ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନଗ୍ରସରବର୍ଗର ପିଲାମାନଙ୍କୁ ଏବଂ ଆର୍ଥିକ ସ୍ତରର ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ପ୍ରବେଶ ସ୍ତର ଶ୍ରେଣୀରେ ମୋଟ୍‌ ସିଟ୍‌ର ୨୫ ପ୍ରତିଶତ ସଂରକ୍ଷିତ ସିଟ୍‌ରେ ଆଡ୍‌ମିଶନ୍‌ କରିବାବାଧ୍ୟତାମୂଳକ । ବର୍ତ୍ତମାନ ପର୍ଯ୍ୟନ୍ତ ଗଣଶିକ୍ଷାବିଭାଗ ଅଫ୍‌ଲାଇନ୍‌ ମୋଡ୍‌ରେ ଏହି ପ୍ରକ୍ରିୟା କରୁଥିଲେ, କିନ୍ତୁ ୨୦୨୧-୨୨ ଶିକ୍ଷାବର୍ଷରୁ ଏହା ଓଡ଼ିଶା ସରକାରଙ୍କ ୫ ‘ଟି’ ପଦକ୍ଷେ ପର ଏକ ଅଂଶ ଭାବରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏକ ଦକ୍ଷ ଅନ୍‌ଲାଇନ୍‌ ପ୍ରକ୍ରିୟାକୁ ସ୍ଥାନାନ୍ତରିତ ହୋଇଛି ।ବର୍ତ୍ତମାନଠାରୁ ୨୫ ପ୍ରତିଶତ ସଂରକ୍ଷିତ ସିଟ୍‌ ଆଡ୍‌ମିଶନ୍‌ ପ୍ରକ୍ରିୟା ଅନ୍‌ଲାଇନ୍‌ ଆର୍‌ଟିଇ ପାରଦର୍ଶୀ ପୋର୍ଟାଲ୍‌ www.rteparadarshi.odisha.gov.in ମାଧ୍ୟମରେ କାର୍ଯ୍ୟକାରୀ ହେବ । ଏହି ନୂତନ ଉନେ୧⁄୨ାଚିତ ପ୍ରକ୍ରିୟାରେ ସମସ୍ତ ବେସରକାରୀବିଦ୍ୟାଳୟ (ଯେଉଁମାନେ ଓଡ଼ିଶା ସରକାରଙ୍କଠାରୁ ସ୍ୱୀକୃତି ସାର୍ଟିଫିକେଟ୍‌ ପାଇଛନ୍ତି)ଗୁଡ଼ିକ ନିଜକୁ ଏହି ପୋର୍ଟାଲ୍‌ରେ ପଂଜୀକୃତ କରିବାକୁ ପଡ଼ିବ ଏବଂ ଏହା ପରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସମାନପୋର୍ଟାଲ୍‌ରେ ଥିବା ନିକଟବିଦ୍ୟାଳୟରେ ଆବେଦନ କରିବାର ସୁେ୩⁄୪ାଗ ପାଇବେ ।

Leave A Reply

Your email address will not be published.