ମାଲକାନଗିରି: ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ବେଆଇନ ଭାବେ ମାଟି କାଟୁଥିଲେ ଠିକାଦାର, ଏନଆରଜିଏସ ରାସ୍ତା କାମରେ ବ୍ୟବହାର କରୁଥିଲେ ମୋରୁମ ମାଟି, ସବୁ ଜାଣିଶୁଣି କିନ୍ତୁ ନିରବ ଥିଲା ବ୍ଲକ ପ୍ରଶାସନ। ଖବର ପାଇ ଚଢ଼ାଉ କଲେ ବାଲିମେଳା ରାଜସ୍ବ ନିରୀକ୍ଷକ, ଜବତ କଲେ ଗୋଟିଏ ଜେସିବି ଏବଂ ୪ ଟି ଟ୍ରାକ୍ଟର। ଏପରି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତ ର ସାରିଆପାଲ୍ଲୀ ଠାରୁ ହରିପୁର ଗ୍ରାମକୁ ସଂଯୋଗ ନିମନ୍ତେ ଆସିଥିବା ୭୬୦ ମିଟର ଏନଆରଜିଏସ ରାସ୍ତାରେ ବେଆଇନ ଭାବେ ମୋରୁମ ମାଟି ବ୍ୟବହୃତ ହେଉଥିବା ଦେଖିବାକୁ ମିଳିଛି। ଠିକାଦାର ଏବଂ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ଏନଆରଜିଏସ କାମରେ ଲାଗୁଚି ମେସିନ, ଅଳ୍ପ କିଛି ଟଙ୍କା ବ୍ୟୟ କରି ମେସିନ ଯୋଗେ ରାତାରାତି କାମ ସାରି ଠିକାଦାର ହେଉଛନ୍ତି ମାଲେମାଲ କିନ୍ତୁ ସବୁ ଜାଣି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ। ତେବେ କାମ ନ ପାଇ ଲୋକେ ପୁଣି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଏଠି ଏନଆରଜିଏସ କାମରେ ଶ୍ରମିକ ପରିବର୍ତ୍ତେ ବ୍ୟବହାର କରୁଥିଲେ ମେସିନ, ଜେସିବି ଯୋଗେ ମାଟି କାଟି ରାଜସ୍ବ ବିଭାଗ କୁ ରାଜସ୍ବ ନ ଦେଇ ରାତା ରାତି କରୁଥିଲେ ଚୋରି କାମ। ଖବର ପାଇ ବାଲିମେଳା ରାଜସ୍ୱ ନିରୀକ୍ଷକ ଲମ୍ବୋଦର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ। ତେବେ ରାଜସ୍ବ ନିରୀକ୍ଷକ ଠିକାଦାର କୁ ଏ ନେଇ ପଚାରିବାରୁ ସେ ରାଜସ୍ବ ବିଭାଗ ର ଚାଲାଣ କାଟିଥିବା କହିଥିଲେ। ଠିକାଦାର ଙ୍କୁ ଚାଲାଣ ଦେଖାଇବାକୁ କହିବାରୁ ସେ ପୂର୍ବରୁ ଉସ୍କାପାଲ୍ଲୀ ମୌଜା ରୁ ଏହିପରି ଏକ ବେଆଇନ ଭାବେ ମାଟି କାଟୁଥିବା ର ପୂର୍ବ ଚାଲାଣ ଦେଖାଇଥିଲେ। ସେହି ଚାଲାଣ କୁ ପଞ୍ଚାୟତ ଜିଆରଏସ ରସ୍ମୟ ବେପାରୀ ଦେଇଥିବା କହିଥିଲେ। ଏବଂ ଜିଏଆରଏସ କହିଥିଲେ ଯେ ଚାଲାଣ ପୂର୍ବରୁ କଟାଯାଇଛି ତେଣୁ ତୁମେ ନିର୍ଭୟ ରେ କାମ କର ଏବଂ ସେ ଏହି ବାବଦ କୁ ଠିକାଦାର ଙ୍କ ଠାରୁ ୧୦.୦୦୦ ଟଙ୍କା ନେଇଥିବା ଠିକାଦାର ଘେନୁ ଖରା କହିଥିଲେ। କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଏପରି ବହୁ ସ୍ଥାନରେ ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ଦଲାଲ ମାନେ ଏପରି କାମ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ରାଜସ୍ବ ବିଭାଗ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
Sign in
Sign in
Recover your password.
A password will be e-mailed to you.